ଦାନ୍ତ ବିନ୍ଧା

ଦାନ୍ତ ବିନ୍ଧା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିରୁ ଉପଶମ ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ଦରକାର। ହେଲେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହା ଦାନ୍ତ ବିନ୍ଧା ସମସ୍ୟାକୁ କେତେକାଂଶରେ ଦୂର କରିଥାଏ। ଜାଣନ୍ତୁ ସେ ସମ୍ପର୍କରେ…
-ସମାନ ପରିମାଣର ଗୋଲମରିଚ ଏବଂ ଲୁଣ ସହ ସାମାନ୍ୟ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଯେଉଁ ଦାନ୍ତ ବିନ୍ଧୁଛି ସେହି ସ୍ଥାନରେ ଏହି ପେଷ୍ଟକୁ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ଏହାଦ୍ୱାରା ଦାନ୍ତ ବିନ୍ଧାରୁ କେତେକାଂଶରେ ଉପଶମ ମିଳିଥାଏ।
-ଦାନ୍ତ ବିନ୍ଧାରୁ ଉପଶମ ପାଇବା ଲାଗି ରସୁଣ ପେଷ୍ଟ ବ୍ୟବହାର କରିପାରନ୍ତି। ରସୁଣ ପେଷ୍ଟରେ ସାମାନ୍ୟ ଲୁଣ ମିଶାଇ ବିନ୍ଧୁଥିବା ଦାନ୍ତରେ ଲଗାନ୍ତୁ। ଏହାଦ୍ୱାରା ଦାନ୍ତ ବିନ୍ଧାରୁ କେତେକାଂଶରେ ଆରାମ ମିଳିଥାଏ।
-ଲବଙ୍ଗରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ରହିଛି। ଏହା ଜୀବାଣୁକୁ ନଷ୍ଟ କରିବା ସହ ପୀଡାକୁ ଉପଶମ ଦେଇଥାଏ। ଅଳ୍ପ ଲବଙ୍ଗକୁ ଗ୍ରାଇଣ୍ଡିଂ କରି ସେଥିରେ ଅଳ୍ପ ଅଲିଭ ଅଏଲ ମିଶାଇ ଦିଅନ୍ତୁ। ଏହି ପେଷ୍ଟକୁ ବିନ୍ଧୁଥିବା ଦାନ୍ତ ଜାଗାରେ ଲଗାଇଲେ ସେଥିରୁ ଉପଶମ ମିଳିଥାଏ।
-ବିନ୍ଧୁଥିବା ଦାନ୍ତମୂଳରେ ଛୋଟ କଟା ପିଆଜ ରଖିଲେ କେତେକାଂଶରେ ଉପଶମ ମିଳିଥାଏ।
-ଉଷୁମ ପାଣିରେ ଅଳ୍ପ ଲୁଣ ମିଶାଇ କୁଳୁକୁଞ୍ଚା କରନ୍ତୁ। ଏହାଦ୍ୱାରା ଦାନ୍ତ ବିନ୍ଧାରୁ ଉପଶମ ମିଳିଥାଏ।