Categories: ଜାତୀୟ

ଦାବିନ୍ଦରଙ୍କ ଆତଙ୍କବାଦୀ ଲିଙ୍କ୍‌: ଜମ୍ମୁ-କଶ୍ମୀରରେ ଏନ୍‌ଆଇଏ ଚଢ଼ାଉ

ଶ୍ରୀନଗର,୨।୨: ଡିଏସ୍‌ପି ଦାବିନ୍ଦର ସିଂଙ୍କ ଆତଙ୍କବାଦୀ ଲିଙ୍କ୍‌ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଏନ୍‌ଆଇଏ ପକ୍ଷରୁ ଜମ୍ମୁ-କଶ୍ମୀରର କେତେକ ସ୍ଥାନରେ ରବିବାର ଚଢ଼ାଉ କରାଯାଇଛି। କିଛି କାର୍ଯ୍ୟାଳୟ ଏବଂ ଘରୋଇ ଅଞ୍ଚଳରେ ଏନ୍‌ଆଇଏ ପକ୍ଷରୁ ଚଢ଼ାଉ କରାଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର ବାହାରକୁ ଆତଙ୍କବାଦୀଙ୍କୁ ଆଣିବା ଲାଗି ସହାୟତା କରୁଥିବା ଅଭିଯୋଗରେ ଦାବିନ୍ଦରଙ୍କୁ ଜାନୁୟାରୀ ୧୧ରେ ଗିରଫ କରାଯାଇଥିଲା। ପାର୍ଲାମେଣ୍ଟ ଆକ୍ରମଣ ଘଟଣାରେ ଆତଙ୍କବାଦୀ ଅଫଜଲ ଗୁରୁଙ୍କ ସହିତ ଦାବିନ୍ଦରଙ୍କ ସମ୍ପର୍କ ଥିବା ମଧ୍ୟ ଅଭିଯୋଗ ହୋଇଥିଲା।

Share