ଦାବି ଶୁଣିଲେନି ସରକାର: ୬ ଘଣ୍ଟା ଇନ୍ଦ୍ରାବତୀ ବଜାର ବନ୍ଦ

ନବରଙ୍ଗପୁର, ୧୬।୧୨(ଡି.ଏନ୍‌.ଏ.): ଗତ ୩୦ ବର୍ଷ ହେଲା ସରକାର ଦାବି ଶୁଣୁ ନାହାନ୍ତି। ତେଣୁ ବିସ୍ଥାପିତଙ୍କ ଥଇଥାନ ଦାବିରେ ନବରଙ୍ଗପୁର ଜିଲା ଇନ୍ଦ୍ରାବତୀ ବଜାର ବୁଧବାର ସକାଳୁ ୬ ଘଣ୍ଟା ପାଇଁ ବନ୍ଦ ରହିଛି। ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳ ଗଣ ପରିଷଦ ପକ୍ଷରୁ ଏହି ଡାକରା ଦିଆଯାଇଛି। ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବଜାର ବନ୍ଦ ରଖିବାକୁ ପରିଷଦ ପକ୍ଷରୁ ଡାକରା ଦିଆଯାଇଛି। ଫଳରେ ଦୋକାନ, ବଜାର, ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି।

ଦୀର୍ଘ ଦିନ ହେଲା ବିସ୍ଥାପିତ ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଥିବା କୁହାଯାଇଛି।

Share