ଦାମୋଦରପୁରବାସୀଙ୍କ ରାଜପଥ ଅବରୋଧ

ଗଞ୍ଜାମ,୧୮ା୭(ଡି.ଏନ.ଏ.)- ଗଞ୍ଜାମ ଏନଏସି ଦାମୋଦରପୁର ଗ୍ରାମ ୧୧ନଂ. ଓ୍ବାର୍ଡରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗିଛି। ବାରମ୍ବାର ସମସ୍ୟା ନେଇ ଅବଗତ କଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ଏହା ପ୍ରତିବାଦରେ ଗ୍ରାମର ଶତାଧିକ ମହିଳା, ପୁରୁଷ ଗୁରୁବାର ୧୬ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଶତାଧିକ ଗାଡି ମୋଟର ପ୍ରାୟ ଏକ ଘଣ୍ଟା ଧରି ଅଟକି ରହିଥିଲା। ଗଞ୍ଜାମ ଥାନାଧିକାରୀ ସୁଦାମ ମଲିକ, ଏଏସଆଇ ଶକୁନ୍ତଳା ଦେବୀ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ପୂର୍ବତନ ଏମପି ପ୍ରତିନିଧି ସୁଧୀର କୁମାର ପାଢ଼ୀ, ଥାନା ଆଇଆଇସି ଓ ଗ୍ରାମବାସୀଙ୍କ ମଧ୍ୟରେ ଏ ନେଇ ଆଲୋଚନା ହୋଇଥିଲା। ଅପରାହ୍ନରେ ଜନସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ସହ କଥାବାର୍ତ୍ତା କରାଯାଇ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ହଟିଥିଲା। ଅପରାହ୍ନରେ ଏସ୍‌ଡିଓ ଦାୟିତ୍ୱରେ ଥିବା ରମେଶ ଚନ୍ଦ୍ର ପଟ୍ଟନାୟକ, ପିଏଚ୍‌ଡି କନିଷ୍ଠ ଯନ୍ତ୍ରୀ ଆଶିଶ କୁମାର ବରାଳ, ସାଉଥ୍‌କୋ କନିଷ୍ଠ ଯନ୍ତ୍ରୀ, ଗଞ୍ଜାମ ବିଦ୍ୟୁତ୍‌ ସେକ୍ସନ ସୁପରଭାଇଜର, ଆଇଆଇସି ପ୍ରମୁଖ ପହଞ୍ଚତ୍ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ପରୀକ୍ଷାମୂଳକ ଭାବେ ୩ଦିନ ଗ୍ରାମକୁ ପାଣି ଛଡାଯିବ ପରେ ଏହାରସ୍ଥାୟୀ ସମାଧାନ କରାଯିବ ବୋଲି କହିଥିଲେ।

Share