Categories: ଫୁରସତ

ଦାମ୍ପତ୍ୟ ଜୀବନରେ ନିବିଡ଼ତା କମାଉଛି ସେଲ୍‌ ଫୋନ୍‌

ଓହିଓ: ସେଲ୍‌ ଫୋନ୍‌ ଯୋଗୁ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହେଉଛି । ମୋବାଇଲରୁ ହେଉଥିବା ବିକିରଣ ଯୋଗୁ ମସ୍ତିଷ୍କ ଉପରେ ଏହାର କୁପ୍ରଭାବ ପଡୁଛି। ହାଇପୋଥାଲାମସ୍‌ରେ ନକାରାତ୍ମକ ପ୍ରଭାବ ଯୋଗୁ ହାପିନେସ୍‌ ହରମୋନ୍‌ କ୍ଷରଣରେ ବାଧା ସୃଷ୍ଟି ହୋଇଥାଏ ବୋଲି ଓହିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ମୋବାଇଲ୍‌ ବିକିରଣର ପ୍ରଭାବ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଉପରେ ଅଧିକ ପଡୁଛି। ଫଳରେ ସେମାନେ ଦାମ୍ପତ୍ୟ ଜୀବନ ପ୍ରତି ବିମୁଖ ହୋଇପଡୁଛନ୍ତି। ମୋବାଇଲ୍‌ ଫୋନ୍‌ର ବିକିରଣ ପ୍ରାଣୀଙ୍କ ଉପରେ କିପରି ପ୍ରଭାବ ପକାଉଛି ତାହା ଜାଣିବା ପାଇଁ ଗବେଷକ କିଛିି ଦମ୍ପତିଙ୍କ ଉପରେ ଅଧ୍ୟୟନ କରିଥିଲେ। ମୋବାଇଲ ଫୋନ୍‌ର ବିକିରଣ ଦ୍ୱାରା ଶରୀର କୋଷିକାରେ ଥିବା ବିଭିନ୍ନ ଯୌଗିକର ସଂରଚନାରେ ପରିବର୍ତ୍ତନ ହୋଇଥାଏ। ଏହାଯୋଗୁ କୋଷ ବିଭାଜନ ପ୍ରକ୍ରିୟାରେ ଅନିୟମିତତା ପରିଲକ୍ଷିତ ହୋଇଥାଏ। ସେହିପରି ଏହି ବିକିରଣ ମସ୍ତିଷ୍କ କୋଷିକାର କାର୍ଯ୍ୟକ୍ଷମତାକୁ ପରିବର୍ତ୍ତନ କରି ମନରେ ଅବସାଦ ଭାବ ଆଣିଥାଏ । ଫଳରେ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।

Share