Categories: କନ୍ଧମାଳ

ଦାରିଙ୍ଗବାଡ଼ିକୁ ୮ ସ୍ବର୍ଣ୍ଣ, ୪ ରୌପ୍ୟ, ୩ ବ୍ରୋଞ୍ଚ

ଦାରିଙ୍ଗବାଡ଼ି,୧୦।୧୦(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଟାଏକୋଣ୍ଡୋ ସଂଘର ଖେଳାଳିମାନେ ବଲାଙ୍ଗିର ଜିଲା ଟିଟିଲାଗଡ଼ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବେଶ୍‌ ସଫଳତା ପାଇଛନ୍ତି। ଦାରିଙ୍ଗବାଡ଼ିକୁ ୮ ସ୍ବର୍ଣ୍ଣ, ୪ ରୋପ୍ୟ, ୩ ବ୍ରୋଞ୍ଜ ପଦକ ମିଳିଛି। ୮ଟି ସ୍ବର୍ଣ୍ଣପଦକ ହାସଲ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଫ୍ରାନସ୍‌ ପ୍ରଧାନ, ହିମେଶ କୁମାର ନାୟକ, ରୋଶନ ପ୍ରଧାନ, ଶୁଭମ୍‌ ଦିଗାଳ, ନିତ୍ୟାନନ୍ଦ, ଶ୍ୟାମସୁନ୍ଦର ସାହୁ, ପ୍ରିୟଙ୍କା ସାହୁ ଏବଂ ଆନ୍ଦ୍ରୀୟ ଦିଗାଳ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଚେତନ ପ୍ରଧାନ, ଏଲିୟ ପ୍ରଧାନ, ଶଙ୍କର ଏବଂ ଯଶୋରାଜ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ବ୍ରୋଞ୍ଜ ପଦକ ଭକ୍ତ ନାୟକ, ଶ୍ରୀକାନ୍ତ ଏବଂ ପ୍ରଜ୍ଞାନ ପ୍ରଧାନ ହାସଲ କରିଛନ୍ତି। ଏହି ସମସ୍ତ ଟାଏକୋଣ୍ଡୋ ଖେଳାଳି ଭଲ ପ୍ରଦର୍ଶନ କରି କନ୍ଧମାଳ ଜିଲା ପାଇଁ ଗୌରବ ଆଣିଥିବାରୁ ଜିଲାର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ମିଳିଛି। ଏମାନଙ୍କୁ ମୁଖ୍ୟ କୋଚ ଭିନ୍‌ସ କୁମାର ନାୟକ ପ୍ରଶିକ୍ଷଣ ଦେଇଥିବାବେଳେ ତାଙ୍କୁ ଅଭିଜିତ ନାୟକ ଏବଂ ମ୍ୟାନେଜର ଧର୍ମେନ୍ଦ୍ର ପ୍ରଧାନ ସହଯୋଗ କରିଛନ୍ତି। କାର୍ଯ୍ୟକ୍ରମକୁ ଟିଟିଲାଗଡ଼ ଠାରେ ରାଉରକେଲା
କଳିଙ୍ଗ ଟାଇକୋଣ୍ଡୋ ସଂଘ ପକ୍ଷରୁ ଆୟୋଜନ କରାଯାଇଥିଲା।