Advertisement

ଦାରିଙ୍ଗବାଡ଼ିରୁ ଝାରସୁଗୁଡ଼ାକୁ ଗଡ଼ିଲା ସରକାରୀ ବସ୍‌

ଦାରିଙ୍ଗବାଡ଼ି,୫।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଏବେ ଯାତ୍ରୀ ପରିବହନ ଦିଗରେ ସୁଧାର ଆସିଛି ା ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗ ପାଇଁ ଏକ ଯାତ୍ରୀବାହୀ ବସ୍‌ ଚଳାଚଳର ସୁବିଧା କରାଯାଇଛି। ଗୁରୁବାର ଏହି ବସ୍‌ ଚଳାଚଳର ଶୁଭାରମ୍ଭ ହୋଇଛି।
ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଦାରିଙ୍ଗବାଡ଼ି ଗସ୍ତ ସମୟରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ି ବଣିକ ସଂଘ ସଭାପତି ଅରୁଣ କୁମାର ସାହୁ, ସରୋଜ ସାହୁ, ମାନସ କୁମାର ସର୍କାର, ଲଡ଼ୁକିଶୋର ସାହୁଙ୍କ ସମେତ ବହୁ ସଦସ୍ୟ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ଏଥିପାଇଁ ଦାରିଙ୍ଗବାଡ଼ି ଅଞ୍ଚଳବାସୀ ପରିବହନ ମନ୍ତ୍ରୀ ଏବଂ ବିଧାୟକ ସାଲୁଗା ପ୍ରଧାନଙ୍କୁ ସାଧୁବାଦ ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share