ଦାରିଙ୍ଗବାଡ଼ିରେ କମିଲା ଶୀତ: ୧୦ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା, ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡ଼ି,୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରବିବାର ଶୀତ କମିଛି। ତାପମାତ୍ରା ପରିବର୍ତ୍ତନ ହୋଇ ୧୦ଡିଗ୍ରୀରେ ପହଞ୍ଚିଛି। ଛୁଟିଦିନ ଥିବାରୁ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ିରେ ପହଞ୍ଚିଥିବା ବେଳେ ଆଶା କରାଯାଉଥିବା ଜାଡ଼ ନ ଥିବାରୁ ନିରାଶ ହୋଇଛନ୍ତି। ତେବେ ସେମାନେ ଡୁଲୁରୀ ପାଇନ ବଣ ସମେତ କିରିକୁଟି ନେଚର ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା ଜଳପ୍ରପାତ, କଫି ବଗିଚା, ହିଲ୍‌ଭିୟୁ ପାର୍କ, ନେଚର ପାର୍କ, ସାଇଲେଣ୍ଟ ଭ୍ୟାଲି ଆଦି ସ୍ଥାନ ବୁଲି ମଜା ନେବା ସହ ବଣଭୋଜି ଆଦିର ଆୟୋଜନ କରୁଥିବା ଦେଖିବାକୁ ମିଳିଛି। ଶନିବାର ସକାଳେ ତାପମାତ୍ରା ୬.୫ଡିଗ୍ରୀ ରହିଥିବା ବେଳେ ଅପରାହ୍ନଠାରୁ ହଠାତ ପାଗରେ ପରିବର୍ତ୍ତନ ଘଟିଥିଲା। ଆକାଶ ମେଘୁଆ ଥିବାରୁ ଶୀତ କମିଥିବା କୁହାଯାଉଛି।

Share