ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଫେରିଲା ଶୀତ: ୧୦ଡିଗ୍ରୀକୁ ଖସିଲା ତାପମାତ୍ରା

ଦାରିଙ୍ଗବାଡ଼ି,୧୯।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ କିଛିଦିନ ହେଲା ଶୀତ କମିଥିବାବେଳେ ଗୁରୁବାରଠାରୁ ପୁଣି ବୃଦ୍ଧି ପାଇଛି। ଗୁରୁବାର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀକୁ ପୁଣି ଖସି ଆସିଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଯାହାକି ଚଳିତ ସପ୍ତାହର ସବୁଠାରୁ ସର୍ବନିମ୍ନ ତାପମାତ୍ରା ରହିଛି। ଦିନରେ ସୁଲୁସୁଲିଆ ପବନ ଯୋଗୁ ଶୀତ ଦ୍ୱିଗୁଣିତ ଜଣାପଡ଼ିଛି। ଗତ କିଛିଦିନ ହେଲା ପାଗ ମେଘୁଆ ରହୁଥିବାରୁ ଦିନରେ ଶୀତ ଅନୁଭୂତି ହେଉଥିଲେ ମଧ୍ୟ ସନ୍ଧ୍ୟା ପରଠାରୁ ଏହି ଶୀତ କମିଯାଉଥିଲା। ସେହିପରି ବୁଧବାର ବିଳମ୍ବିତ ରାତିଠାରୁ ଚାରିଆଡ଼େ କୁହୁଡ଼ି ଆଚ୍ଛାଦିତ ହୋଇ ଗୁରୁବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଅପରାହ୍ନଠାରୁ ଶୀତ ବୃଦ୍ଧି ପାଉଥିବାରୁ ତାପମାତ୍ରା ଆହୁରି କମିବା ଆଶଙ୍କା କରାଯାଉଛି।

Share