ଦାରିଙ୍ଗବାଡ଼ିରେ ଜନତା କର୍ଫ୍ୟୁର ପ୍ରଭାବ: ଦୋକାନ ବଜାର, ଗାଡ଼ିମୋଟର ଚଳାଚଳ ବନ୍ଦ; ରାସ୍ତାଘାଟ ଜନଶୂନ୍ୟ

ଦାରିଙ୍ଗବାଡି,୨୨।୩(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଞ୍ଚଳରେ ରବିବାର ଜନତାକର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ଦାରିଙ୍ଗବାଡି ସମେତ ସିମନବାଡି, ବ୍ରାହ୍ମଣୀଗାଁ, ଗଦାପୁର ସମେତ ୨୫ ପଞ୍ଚାୟତରେ ଏହାର ପ୍ରଭାବ ପଡିଛି । କାଁ ଭାଁ ସ୍ଥାନକୁ ଛାଡିଦେଲେ ଲୋକେ ସ୍ବତ୍ତପ୍ରବୃତ ଭାବେ ଘରୁ ପଦାକୁ ବାହାରି ନାହାନ୍ତି । ସକାଳ ୯ସୁଦ୍ଧା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହାତ ଗଣତି ରୋଗୀ ଚିକିତ୍ସା ପାଇଁ ଆସିଥିବା ଡାକ୍ତର ଜାକେସ ସାମନ୍ତରାୟ କହିଛନ୍ତି। ସେହିପରି ଦାରିଙ୍ଗବାଡି,କାଟିଙ୍ଗିଆ,ହାତିମୁଣ୍ଡା ଠାରୁ ଫୁଲବାଣୀ,ଭଞ୍ଜନଗର,ବ୍ରହ୍ମପୁର ଆଦି ଅଞ୍ଚଳକୁ ଯାତ୍ରୀବାହି ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯାତ୍ରୀବାହୀ ଅଟୋ ରିକ୍ସା ସହ ଅନ୍ୟ ଟ୍ୟାକ୍ସି ବନ୍ଦ ରହିଛ। ଦାରିଙ୍ଗବାଡି ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡାକଡି କରାଯାଇଛି। କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି କରୋନା ଭୂତାଣୁ ସଂକ୍ରମଣ ନହେବା ପାଇଁ ତାକୁ ପ୍ରତିହତ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିଛନ୍ତି। ସେହିପରି ଜନଗହଳି ନହେବା ସହ ୧୪୪ ଧାରାକୁ କଡ଼ାକଡ଼ି କରିବା ପାଇଁ କନ୍ଧମାଳ ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଦାରିଙ୍ଗବାଡିରେ ପହଞ୍ଚି ଆଇଆଇସି କୌଶିକ ମାଝୀଙ୍କ ସହ ବିଭିନ୍ନ ସ୍ଥାନରେ ପହଞ୍ଚି ଜନଗହଳିକୁ ପ୍ରତିହତ କରିଛନ୍ତି । କରୋନା ସଂକ୍ରମଣ ନ ହେବ ସେଥି ପାଇଁ ଧିରେ ଧିରେ ଲୋକେ ସଚେତନ ହେବା ସହ ଜିଲା ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରୁଛନ୍ତି ।

Share