ଦାରିଙ୍ଗବାଡ଼ିରେ ଝଡବର୍ଷା, କୁଆ ପଥର ବୃଷ୍ଟି

ଦାରିଙ୍ଗବାଡ଼ି,୨୦।୪(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକର ଦାରିଙ୍ଗବାଡ଼ି ସମେତ ଶ୍ରାନିକେତା, ଦଣ୍ଡିମା, ସିମନବାଡ଼ି, ତେରାବାଡ଼ି, ଡବୁଲମାହା, କିରିକୁଟି ଆଦି ଅଞ୍ଚଳରେ ସୋମବାର ଅପରାହ୍ନରେ ବର୍ଷାପବନ ସହ କୁଆପଥର ବୃଷ୍ଟି ହୋଇଛି। ଏଥିରେ ଏକାଧିକ ଲୋକଙ୍କ ଟିଣ ଛପର ଉଡ଼ିଯିବା ସହ କେତେକ ଘର ଭାଙ୍ଗିଥିବା ଜଣାପଡ଼ିଛି। ସିମନବାଡ଼ି ପଞ୍ଚାୟତ ନାଦାମାଲା ଗ୍ରାମର ଏଲିଅ ଦିଗାଳ କହିଛନ୍ତ ଯେ, ତାଙ୍କ ଘର ସମେତ ସାହିର ଏକାଧିକ ଲୋକଙ୍କ ଛପର ଉଡ଼ିଯାଇଛି। ଚଳିତ ବର୍ଷ ବାରମ୍ବାର ଅଦିନିଆ ବର୍ଷା ଓ କୁଆପଥର ମାଡ ଯୋଗୁ ଶ୍ରାନିକେତା ପଞ୍ଚାୟତ ଏବଂ ଦାରିଙ୍ଗବାଡ଼ିରେ ଗରିବ ଲୋକଙ୍କ ଘର ନଷ୍ଟ ହେଉଛି। ଖବର ଲେଖାହେବା ବେଳକୁ ଅଞ୍ଚଳରେ ବର୍ଷା ଲାଗି ରହିଥିବାବେଳେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି।

Share