ଦାରିଙ୍ଗବାଡ଼ିରେ ଦାୟିତ୍ୱ ନେଲେ ନୂତନ ବିଡିଓ

ଦାରିଙ୍ଗବାଡ଼ି,୨୩।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରେ ନୂତନ ବିଡିଓ ଭାବେ ସୋମବାର ଡ.ଜଗଦୀଶ ଷଡ଼ଙ୍ଗୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ପ୍ରଥମେ କରୋନା ପ୍ରତିହତ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ବ୍ଲକ କାର୍ଯ୍ୟାଳୟରେ ଅଟକି ରହିଥିବା ସମସ୍ତ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ ବୋଲି କହିଛନ୍ତି। ଏବେ ବ୍ଳକ ଅଞ୍ଚଳରେ କରୋନା ଭୂତାଣୁଠାରୁ ସୁରକ୍ଷା ପାଇବା ପାଇଁ ଜିଲା ପ୍ରଶାସନ ୧୪୪ ଧାରାକୁ ବଳବତ୍ତର ରଖିଥିବା ବେଳେ ନୂତନ ବିଡିଓ ସମସ୍ତଙ୍କୁ ଏଥିଲାଗି ସତର୍କ ରହିବା ସହ ପ୍ରଶାସନର ପରାମର୍ଶକୁ ପାଳନ କରିବା ଏବଂ ସହଯୋଗ କରିବାକୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ସମସ୍ତ ପ୍ରକାର ଚେଷ୍ଟା କରୁଥିବା ବେଳେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ ନ କରିବା ସହ କରୋନା ମୁକାବିଲା ପାଇଁ କାର୍ଯ୍ୟରେ ଅବହେଳା କରି ପୂର୍ବତନ  ବିଡିଓ ମାତାରାମ ଲେୟାଙ୍ଗିଙ୍କୁ  କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି ଦାୟିତ୍ୱରୁ ହଟାଇ ତାଙ୍କୁ ଫୁଲବାଣୀ ଡିଆରଡିଏ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିଛନ୍ତି। ତାଙ୍କ ସ୍ଥାନରେ ଫୁଲବାଣୀ ଜିଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଡ. ଜଗଦୀଶ ଷଡ଼ଙ୍ଗୀଙ୍କୁ ଏଠାରେ ନିଯୁକ୍ତି ପ୍ରଦାନ କରିଛନ୍ତି।

Share