Advertisement

ଦାରିଙ୍ଗବାଡ଼ିରେ ମୃଦୁ ଭୂମିକମ୍ପ, ଲୋକେ ଆତଙ୍କିତ

ଦାରିଙ୍ଗବାଡ଼ି,୫।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇ ଘରୁ ବାହାରକୁ ବାହାରି ହୋହଲ୍ଲା କରିଥିଲେ। ଏଥିସହ ସେମାନେ ବହୁ ସମୟଧରି ଘରୁ ବାହାରେ ସମୟ ବିତାଇଥିଲେ ା ଦାରିଙ୍ଗବାଡ଼ି ଅଞ୍ଚଳରେ ଏଭଳି ମୃଦୁ ଭୂମିକମ୍ପ ବାରମ୍ବାର ହେଉଥିଲେ ସୁଦ୍ଧା କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ଭୂମିକମ୍ପର ତିବ୍ରତା ଜାଣିବା ପାଇଁ ଏଠାରେ କୌଣସି ବ୍ୟବସ୍ଥା ନ ଥିବାରୁ ଦାରିଙ୍ଗବାଡ଼ି ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ମଧ୍ୟରେ ହୋଇଥିବା ଭୂମକମ୍ପର ତିବ୍ରତା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ା ଏଣୁ ଏହି ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ପୂର୍ବରୁ ସୂଚନା ପ୍ରଦାନ କରାଗଲେ ଲୋକେ ସତର୍କତା ଅବଲମ୍ବନ କରିବେ ବୋଲି ସାମାଜିକ କର୍ମୀ ସୁରେଶ ବଳିଆରସିଂ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel