ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ: ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ

ଦାରିଙ୍ଗବାଡ଼ି,୧୩।୧୧(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତ ଅନୁଭୂତ ହୋଇଛି। ମଙ୍ଗଳବାର ଅପରାହ୍ନରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରହିଥିବାବେଳେ ବୁଧବାର ସକାଳ ୮ଟା ସୁଦ୍ଧା ଏହା ହ୍ରାସ ପାଇ ୧୦ ଡିଗ୍ରୀରେ ପହଞ୍ଚିଛି। ଗତ କିଛିଦିନ ହେଲା ପାଗ ମେଘୁଆ ରହିବା ସହ ଦିନରେ ହାଲକା ଭାବେ କୋହଲା ପବନ ମଧ୍ୟ ବୋହୁଛି। ଫଳରେ ଦିନ ରାତି ପାଖାପାଖି ସମାନ ତାପମାତ୍ରା ରହୁଛି। ସେହିପରି ସକାଳୁଆ କୁହୁଡ଼ି ମଧ୍ୟ ଅବ୍ୟାହତ ରହିଛି। ଶୀତର ମଜା ନେବାକୁ ଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକ ମାନେ ଗତ କିଛିଦିନ ହେଲା ନିରାଶ ହୋଇଥିବାବେଳେ ପୁଣି ଶୀତ ଆସିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଫେରିଛି । ଶୀତର ମଜା ନେବାକୁ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଭିଡ଼ ଜମାଇଛନ୍ତିା ବିଶେଷ କରି ସକାଳୁ ହିଲଭିୟୁ ପାର୍କର ୱାଚ ଟାୱାର ଉପରେ ଠିଆ ହୋଇ ସୂର୍ଯ୍ୟ ଉଦୟ ଏବଂ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ଦେଖିବାକୁ ଶାନ୍ତି ଉପତ୍ୟକାରେ ଭିଡ଼ ଜମିଛି। ସେହିପରି ଶୀତ ଦାଉରୁ ରକ୍ଷା ପାଇଁ ସନ୍ଧ୍ୟା ସକାଳେ ଲୋକେ ନିଆଁ ପୁଉଁଥିବା ଦେଖିବାକୁୂ ମିଳିଛି। ଚଳିତବର୍ଷ ଶୀତ ବିଳମ୍ବରେ ପହଞ୍ଚିଥିବାରୁ ପାଣିପାଗର ଅନିୟମିତତା ବୋଲି କୁହାଯାଉଛି।