ଦାରିଙ୍ଗବାଡ଼ିରେ ଶୀତ କମିଲା: ତାପମାତ୍ରା ୧୨ ଡିଗ୍ରୀ, ଘନ କୁହୁଡ଼ି

ଦାରିଙ୍ଗବାଡ଼ି,୨୦।୧୧(ଡି.ଏନ୍‌.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଗତ ୩ ଦିନ ହେଲା ତାପମାତ୍ରା ୯.୫ରୁ ବୃଦ୍ଧି ପାଇ ୧୨ ଡିଗ୍ରୀରେ ରହିଛି। ଫଳରେ ଶୀତ କମିବା ସହ ପୂର୍ବଭଳି ଲୋକେ ଘର ଭିତରେ ପଙ୍ଖା ବ୍ୟବହାର କରୁଛନ୍ତି। ସକାଳୁ ହାଲ୍‌କା ଶୀତ ଅନୁଭୂତ ହେଉଛି। ପାଗ ମେଘୁଆ ଯୋଗୁ ଏଭଳି ପାଣିପାଗ ରହୁଥିବା କୁହାଯାଇଛି। ମାତ୍ର ସକାଳୁ ଘନ କୁହୁଡି ଯୋଗୁ ଗାଡ଼ିମୋଟର ଯାତାୟାତରେ ବାଧାସୃଷ୍ଟି ହୋଇଛି। ପର୍ଯ୍ୟଟକ ହାଲକା ଶୀତର ମଜା ନେଉଛନ୍ତି। ଅଞ୍ଚଳରେ ଏହି ସମୟରେ ତାପମାତ୍ରା ୧୦ଡିଗ୍ରୀ ତଳକୁ ରହିବା କଥା, ମେଘୁଆ ଯୋଗୁ ତାପମାତ୍ରା
ବୃଦ୍ଧି ପାଉଥିବା କୁହାଯାଇଛି। ଶୀତ କମିବା କାରଣରୁ ପର୍ଯ୍ୟଟକଙ୍କ ମହଲରେ ନିରାଶାଭାବ ଦେଖିବାକୁ ମିଳିଛି। ତେବେ ଆଗକୁ ଶୀତର ପ୍ରକୋପ ବୃଦ୍ଧି ପାଇବାକୁ ଥିବାରୁ ଡିସେମ୍ବର ମାସରେ ଦାରିଙ୍ଗବାଡ଼ି ଅଞ୍ଚଳର ହୋଟେଲଗୁଡ଼ିକ ଆଗୁଆ ବୁକିଂ ସରିଥିବା କୁହାଯାଇଛି। ସକାଳୁ ଲୋକେ ବିଭିନ୍ନ ସ୍ଥାନରେ ନିଅଁା ପୁଉଁଥିବା ଦେଖିବାକୁ ମିଳିଛି।

Share