Categories: କନ୍ଧମାଳ

ଦାରିଙ୍ଗବାଡ଼ିରେ ଶୀତ, ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ

ଦାରିଙ୍ଗବାଡ଼ି,୧୪।୧୧(ଡି.ଏନ୍‌.ଏ.) -ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ ହୋଇଛି। ଚଳିତ ବର୍ଷ ବିଳମ୍ବରେ ଶୀତ ହୋଇଥିବାରୁ ପାଣିପାଗରେ ଅନିୟମିତତା ଯୋଗୁ ଏପରି ହୋଇଥିବା କୁହାଯାଉଛି। ବାରମ୍ବାର ଲଘୁଚାପ ସହ ବାତ୍ୟା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ମଙ୍ଗଳବାର ଅପରାହ୍ନରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରହିଥିବା ବେଳେ ବୁଧବାର ସକାଳ ୮ଟା ସୁଦ୍ଧା ଏହା ହ୍ରାସ ପାଇ ୧୦ ଡିଗ୍ରୀରେ ପହଞ୍ଚତ୍ଛି। କିଛିଦିନ ହେଲା ପାଗ ମେଘୁଆ ରହିବା ସହ ଦିନରେ ହାଲକା ଭାବେ କୋହଲା ପବନ ମଧ୍ୟ ବୋହୁଛି। ଫଳରେ ଦିନରାତି ପାଖାପାଖି ସମାନ ତାପମାତ୍ରା ରହୁଛି। ସେହିପରି ସକାଳୁଆ କୁହୁଡ଼ି ମଧ୍ୟ ପଡୁଛି। ଶୀତର ମଜା ନେବାକୁ ଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକମାନେ ଗତ କିଛିଦିନ ହେଲା ନିରାଶ ହେଉଥିଲେ। ଏବେ ଶୀତ ଆସିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ବିଭିନ୍ନ ପର୍ଯ୍ୟଟନକେନ୍ଦ୍ରରେ ଭିଡ଼ ଜମିଲାଣି। ବିଶେଷ କରି ସକାଳୁ ହିଲ୍‌ଭିୟୁ ପାର୍କର ୱାଚ୍‌ ଟାୱାର ଉପରେ ଠିଆ ହୋଇ ସୂର୍ଯ୍ୟାଦୟ ଏବଂ ସନ୍ଧ୍ୟାରେ ସୂର୍ଯ୍ୟଅସ୍ତ ଦେଖିବାକୁ ଭିଡ ଜମୁଛି। ଶୀତ ଦାଉରୁ ରକ୍ଷାପାଇଁ ସନ୍ଧ୍ୟାସକାଳେ ଲୋକେ ନିଆ ଜାଳି ମଜା ନେଉଛନ୍ତି।