ଦାରିଙ୍ଗବାଡ଼ିରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୭।୧୧(ଡି.ଏନ୍‌.ଏ.): ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଚଳିତ ଶୀତଋତୁରେ ପ୍ରଥମଥର ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଛନ୍ତି। ପୂର୍ବରୁ ପର୍ଯ୍ୟଟକ ଦୈନିକ ଆସୁଥିଲେ ମଧ୍ୟ ରବିବାର ଛୁଟିଦିନ ଯୋଗୁ ଏହି ସଂଖ୍ୟା ବୃଦ୍ଧି ପାଇଛି। ସୁନ୍ଦର ପରିବେଶ ସାଙ୍ଗକୁ ବଣ,ଜଙ୍ଗଲ, ପାଇନ୍‌ ବଣ, ଝରଣା ଦେଖିବାକୁ ସକାଳୁ ଭିଡ଼ ଲାଗିଛି। ପଶ୍ଚିମବଙ୍ଗ ସମେତ ରାଜଧାନୀ ଭୁବନେଶ୍ୱର, କେନ୍ଦୁଝର, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି, କଟକ, ବାଲେଶ୍ୱର ଆଦି ଜିଲାରୁ ପର୍ଯ୍ୟଟକ ପହଞ୍ଚିଛନ୍ତି। ତାପମାତ୍ରା ୯.୫ରୁ ବୃଦ୍ଧି ପାଇ ୧୨ଡିଗ୍ରୀରେ ପହଞ୍ଚିଥିବାରୁ ଶୀତ କମିଛି। ଦାରିଙ୍ଗବାଡ଼ିର ହିଲ୍‌ଭିୟୁ ପାର୍କ ସମେତ ପ୍ରକୃତିଉଦ୍ୟାନ, କଫି ବଗିଚା, ସାଇଲେଣ୍ଟ ଭ୍ୟାଲି ବୁଲି ଦେଖିଛନ୍ତି ପର୍ଯ୍ୟଟକ।