ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ବୈଠକ: ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ ନେଇ ହଟ୍ଟଗୋଳ

ଦାରିଙ୍ଗବାଡ଼ି,୨୨।୬(ଡି.ଏନ.ଏ.)- ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ କନ୍ଧମାଳ ଏମ୍‌ପି ପ୍ରତିନିଧୀ ସୁରଜ ରାୟ ଯୋଗଦେଇଥିଲେ। ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ ବୈଠକରେ ସଂଯୋଜନା କରିଥିଲେ। ପ୍ରଥମେ ବିଡିଓ ତ୍ରିଲୋଚନ ପାତ୍ର ଗ୍ରାମସଭା ଏବଂ ପ୍ରଧାନମନ୍ତ୍ରୀଙ୍କ ଜଳ ସଂରକ୍ଷଣ ନେଇ ଆସିଥିବା ଚିଠି ସମ୍ପର୍କରେ କହିବା ସହ ଜନସଚେତନ ପାଇଁ ପଥପ୍ରାନ୍ତ ନାଟକ ଏବଂ ଶୋଭାଯାତ୍ରା ମାଧ୍ୟମରେ ସଚେତନ କରାଯିବ ବୋଲି ସୂଚନା ଦେଇଥିଲେ। ପରେ ଏପିଇ କେଦାର ଚନ୍ଦ୍ର ପଣ୍ଡା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ବୈଠକରେ ବହୁ ବିଭାଗୀୟ ଅଧିକାରୀ ଅନୁପସ୍ଥିତିକୁ ନେଇ କାଟିଙ୍ଗିଆ ସମିତିସଭ୍ୟ କରମ ସିଂ ନାୟକ ପ୍ରଶ୍ନ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏନେଇ ଜିଲାପାଳଙ୍କୁ ଅବଗତ କରିବାକୁ ନିବେଦନ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭରେ ବିଇଓ ବ୍ରହ୍ମାନନ୍ଦ ରାଉତ ବିଭାଗର ବିଭିନ୍ନ ଯୋଜନା ଏବଂ ଶିକ୍ଷକଙ୍କ ଉତ୍‌ଥାନ, ଉଜ୍ଜଳା ଯୋଜନା ତାଲିମ ସମ୍ପର୍କରେ କହିଥିଲେ। ଛାତ୍ରୀଛାତ୍ରଙ୍କୁ ଲିଖନ ପଠନ ଉପରେ ଗୁରୁତ୍ୱ ଦେବାକୁ ଜନପ୍ରତିନିଧୀମାନେ ଦାବି କରିଥିଲେ। ସେହିପରି ସମସ୍ତ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏଣୁ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ନ ଖୋଲିବାକୁ ବିଧାୟକ ସାଲୁଗା ପ୍ରଧାନ ପ୍ରସ୍ତାବ ଦେଇଥିଲେ। ଏହା ସରକାରଙ୍କ ଉପରେ ନିର୍ଭର କରୁଥିବା ବିଇଓ କହିଥିବାବେଳେ ବିଧାୟକ ଏନେଇ ବିଧାନସଭାରେ ଉପସ୍ଥାପନା କରିବେ ବୋଲି କହିଥିଲେ। ପରେ ସମନ୍ବିତ ବିକାଶ ଯୋଜନାର ଅଧିକାରୀ ମିନା ପାତ୍ର ତାଙ୍କ ବିଭାଗର ତଥ୍ୟ ପ୍ରଦାନ କରିଥିଲେ। ମୋଟ ୩୪୫ ଅଙ୍ଗନାଓ୍ବାଡିକେନ୍ଦ୍ର ରହିଥିବା ବେଳେ ୩୨୮ କେନ୍ଦ୍ରର ନିଜସ୍ବ ଗୃହ ପାଇଁ ଅର୍ଥ ମଞ୍ଜୁର ହୋଇଛି। ଅଦ୍ୟାବଧି ୨୨୦ କୋଠା କାର୍ଯ୍ୟ ଶେଷ ହୋଇସାରିଛି। ୨୦ ଅର୍ଦ୍ଦନିର୍ମିତ ଅବସ୍ଥାରେ ରହିଛି ବୋଲି କହିଥିଲେ। ମମତା ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୩୦୪୬ ରହିଥିବା ବେଳେ ପ୍ରଥମ କିସ୍ତି ୩୦୪୪ ଜଣ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରାଯାଇଥିବା କୁହାଯାଇଥିଲା। ବୈଠକରେ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ଗାନିକ, ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ସ୍ବାଇଁ, ପରିମଳ ବିଭାଗ ଯନ୍ତ୍ରୀ ଜିବନେଶ୍ୱର ପଟ୍ଟନାୟକ, ଗୋଷ୍ଠି ପ୍ରାଣୀଧନ ଚିକିତ୍ସକ ଶ୍ରୀପତି ଦାସ, ସହକାରୀ କୃଷି ଅଧିକାରୀ ପବିତ୍ରମୋହନ ସାହୁ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ପ୍ରମୁଖ ନିଜ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବିଦ୍ୟୁତ୍‌ ବିଭାଗ ଏବଂ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଅନୁପସ୍ଥିତି ରହି ତାଙ୍କ ପ୍ରତିନିଧିମାନେ ବୈଠକରେ ଯୋଗଦେଇ କୌଣସି ପ୍ରଶ୍ନର ଉତ୍ତର କିମ୍ବା ତଥ୍ୟ ଦେଇ ପାରିନଥିବାରୁ ବୈଠକରେ ହଟ୍ଟଗୋଳ ହୋଇଥିଲା। କୃଷି ବିଭାଗରେ ମକା ଚାଷୀଙ୍କୁ ବିହନ ଯୋଗାଇଦିଆଯାଇ ତାଙ୍କ ଠାରୁ ଅର୍ଥ ସଂଗ୍ରହ କରାଯାଉଥିଲେ ସୁଦ୍ଧା ତା ବଦଳରେ ତାଙ୍କୁ କୌଣସି ଅର୍ଥର ରସିଦ ଦିଆଯାଉନଥିବା ଅଭିଯୋଗ ହୋଇଥିଲା। ସହକାରୀ କୃଷି ଅଧିକାରୀ ପବିତ୍ର ମୋହନ ସାହୁ ତାହା ବିହନ ନୁହେଁ ବୀମା ପାଇଁ ଅର୍ଥ ନିଆଯାଇଛି ସମସ୍ତଙ୍କ ଠାରୁ ଆବଶ୍ୟକ ପ୍ରମାଣପତ୍ର ସଂଗ୍ରହ କରାଯିବ ବୋଲି କହିଥିଲେ। ବୈଠକରେ ଆଲୋଚନା ବିଳମ୍ବ ଯୋଗୁ ମଙ୍ଗଳ ବିଭାଗ ସମେତ ଯୋଗାଣ ବିଭାଗ, ଜଳଛାୟା, ବନ ବିଭାଗ, ଉଦ୍ୟାନ କୃଷି ବିଭାଗ ସମ୍ପର୍କରେ ଆଲୋଚନା ହୋଇପାରିନଥିଲା। ସେହିପରି ଚାରିଛକଠାରେ ବିଶ୍ରାମାଗାର ନିର୍ମାଣ ସହ ଗୋଷ୍ଠୀ ଶୌଚାଳୟ ନିର୍ମାଣ ଦାବି ସହ ବ୍ଲକ କାର୍ଯ୍ୟାଳୟରେ ଅତ୍ୟାଧୁନିକ ସଭାଗୃହ ନିର୍ମାଣ, ଶୌଚାଳୟ ମରାମତି ଆଦି କରାଯିବାକୁ ବୈଠକରେ ଆଲୋଚନା ହୋଇଥିଲା। ବିଧାୟକ ତାଙ୍କ ଅଭିଭାଷଣରେ ଗୁଡ଼ିବାଲି ଠାରୁ କେରୁବାଡ଼ି ଦେଇ ଆଡିପାଙ୍ଗା ପର୍ଯ୍ୟନ୍ତ ପକ୍କାରାସ୍ତା ନିର୍ମାଣ କରାଯିବ। ଏଥିସହ ସେଠାରୁ ରାମନାଗୁଡ଼ା ଦେଇ ଗାଜଲବାଡ଼ି ପର୍ଯ୍ୟନ୍ତ ଏହା ସଂଯୋଗ କରାଯିବ ବୋଲି କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯୋଗାଣ ନିରୀକ୍ଷକ ମଳୟ କୁମାର ମେହେର, ପିଆଇଏ ସାଇବ ପ୍ରଧାନ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଙ୍ଗୁଳି ଚରଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ୧୦ ନଂ. ଜୋନର ଜିଲାପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପ୍ରଧାନ, ୧୧ନଂ.ର ଦିବିକା ମାଝୀଙ୍କ ସମେତ ୨୫ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି।...

ଭତ୍ତା ଆଣିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧା, ଆଜି କେନାଲରୁ ମିଳିଲା ମୃତଦେହ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ସ୍ବର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ୍‌.ଅରାଲୁ ପାତ୍ର (୬୪)...

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri