Categories: ଗଞ୍ଜାମ

ଦାରିଙ୍ଗବାଡିରେ ୧୫ ସିଆରସିସି ନିଯୁକ୍ତି

ଦାରିଙ୍ଗବାଡି,୨୯।୫(ଡି.ଏନ.ଏ)- ଦାରିଙ୍ଗବାଡି ବ୍ଲକର ୨୫ ପଞ୍ଚାୟତ ଅଞ୍ଚଳରେ ୧୫ ସିଆରସିସି ପଦବୀ ଦୀର୍ଘଦିନ ହେଲା ଖାଲି ପଡିଥିଲା। ଚଳିତବର୍ଷ ଶିକ୍ଷାବର୍ଷ ଆରମ୍ଭରୁ ଏହା ପୂରଣ କରାଯାଇ ୧୫ ଜଣ ସିଆରସିସିଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଦାରିଙ୍ଗବାଡି ବିଆର୍‌ସିସି ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସିନୀ ଦିଗାଳ କହିଛନ୍ତି। ସେମାନଙ୍କ ମଧ୍ୟରେ ସିମନବାଡି ପଞ୍ଚାୟତର ସିଆରସିସି ଭାବେ ବନ୍ଧୁରାଜ ଉଠାଣସିଂଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ସରାମୁଳି ପଞ୍ଚାୟତ୍‌ ପାଇଁ ଅର୍ଜୁନ ପ୍ରଧାନ, ସିର୍କାବର୍ଗ ପାଇଁ ସନିଆ ପ୍ରଧାନ, ତାଜୁଙ୍ଗିଆ ପାଇଁ ରମା ଉଠାଣ ସିଂ, ହାତିମୁଣ୍ଡା ପାଇଁ ସଲମନ ମଲ୍ଲିକ, ଝିଞ୍ଜିରିଗୁଡା ପାଇଁ ଦିନବନ୍ଧୁ ବେହେରା, ଦାସିଂବାଡିରେ ଅବିଲ କୁମାର ନାୟକ, କୁମ୍ଭାରିଗଁାର ଗଙ୍ଗା ବାଡତିଆ, ଗ୍ରୀନବାଡିରେ ରବୀନ୍ଦ୍ରନାଥ ଦିଗାଳ, ବୁଡାଗୁଡାରେ ଜୟପ୍ରକାଶ ଦିଗାଳ, ତିଲୋରିରେ ପ୍ରଦୀପ କୁମାର ମଲ୍ଲିକ, ଭ୍ରମରବାଡିରେ ଜଳେନ୍ଦ୍ର ଦିଗାଳ, ସିଆଙ୍ଗବାଲି ପାଇଁ କହିନା ପ୍ରଧାନ, ପର୍ତ୍ତମାହା ପାଇଁ ହରିଶଙ୍କର ପ୍ରଧାନ ଏବଂ ବ୍ରାହ୍ମଣୀଗଁା ପାଇଁ ସନ୍ତୋଷ ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଛି।