Categories: ଗଞ୍ଜାମ

ଦାରିଙ୍ଗବାଡିରେ ୪୯ ମି.ମି. ବର୍ଷା: ୩୫କୁ ଖସିଲା ପାରଦ

ଦାରିଙ୍ଗବାଡି,୨୯।୫(ଡି.ଏନ୍‌.ଏ.)- ଦାରିଙ୍ଗବାଡ ବ୍ଲକ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ କାଳବୈଶାଖୀ ପ୍ରଭାବରେ ପବନ ସହ ବର୍ଷା ହୋଇଛି। ୪୯ ମି.ମି. ବର୍ଷା ହୋଇଥିବା ବ୍ଲକ ପ୍ରଶାସନ ସୂତ୍ରରୁ ଜଣାପଡିଛି। ବର୍ଷା ଯୋଗୁ ଗରମରୁ ଆଶ୍ୱସ୍ଥ ମିଳିଥିବାବେଳେ ପାରଦ ୩୫ ଡିଗ୍ରୀକୁ ଖସିଆସିଛି। ବୁଧବାର ପୂର୍ବଭଳି ପ୍ରଚଣ୍ଡ ଖରା ହୋଇଥିଲେ ମଧ୍ୟ ପାରଦ ୩୫ ଡିଗ୍ରୀରେ ରହିଛି। ମଙ୍ଗଳବାର ଅଞ୍ଚଳରେ ହଠାତ ୪୦ ରୁ ୫୦ କିମି ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା। ଦାରିଙ୍ଗବାଡି ସମେତ ଗ୍ରୀନବାଡି, ଶ୍ରାନିକେତା, ସିଆଙ୍ଗବାଲି, ଭ୍ରମରବାଡି, ଦାସିଂବାଡି, ଦନେକବାଡି, ଶ୍ରାନିକେତା, ସିମନବାଡି, କିରିକୁଟି, ବାଡାବାଙ୍ଗା , ବ୍ରାହ୍ମଣୀଗାଁ, ତାଜୁଙ୍ଗିଆ, ଗଦାପୁର ଆଦି ଅଞ୍ଚଳରେ ବର୍ଷା ପବନ ହୋଇଛି। ପ୍ରବଳ ବର୍ଷା ଯୋଗୁ ଚାଷୀମାନେ ମଧ୍ୟ ଆଶ୍ୱସ୍ତ ଅନୁଭବ କରିବା ସହ ଚାଷକାମ ପାଇଁ ଅଣ୍ଟା ଭିଡିଛନ୍ତି।