Categories: ଜାତୀୟ

ଦାର୍ଜିଲିଂରେ ସିଏଏ-ଏନ୍‌ଆର୍‌ସି-ଏନ୍‌ପିଆର୍‌ ବିରୋଧରେ ରାଲି: ଯୋଗଦେଲେ ମମତା; ପିଲାଙ୍କୁ ବାଣ୍ଟିଲେ ପୋଷାକ

କୋଲକତା,୨୨।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦାର୍ଜିଲିଂରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର୍‌) ବିରୋଧରେ ରାଲି କରିଛନ୍ତି। କେନ୍ଦ୍ର ସରକାରଙ୍କ ଏସବୁ ଆଇନକୁ ଡରିବାର ଆବଶ୍ୟକତା ନାହିଁ। ରାଜ୍ୟ ସରକାର ସବୁବେଳେ ଜନସାଧାରଣଙ୍କ ସହିତ ରହିଥିବା ସେ ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ ମମତା କହିଛନ୍ତି। ଏହା ସହିତ ସେ ନେହେରୁ ରୋଡ଼ସ୍ଥିତ ପଲସ୍‌ ପୋଲିଓ କେନ୍ଦ୍ରରେ ପହଞ୍ଚି ସ୍ବାସ୍ଥ୍ୟ ସେବା ତଦାରଖ କରିଛନ୍ତି। ଏହି ଅବସରରେ ସେ ସ୍ଥାନୀୟ ପିଲାଙ୍କୁ ପୋଷାକ ବିତରଣ କରିଛନ୍ତି।

Share