ଦାୟିତ୍ୱ ଗ୍ରହଣ କଲେ ପୋଲିସ କମିଶନର

ଭୁବନେଶ୍ୱର,୨୨ା୮(ବ୍ୟୁରୋ): କଟକ ଓ ଭୁବନେଶ୍ୱର ଦୈତ୍ୟନଗରୀର ନୂତନ ପୋଲିସ କମିଶନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌ ଅଫିସର ଡ. ସୁଧାଂଶୁ ଷଡଙ୍ଗୀ। ଭୁବନେଶ୍ୱରସ୍ଥିତ କମିଶନରେଟ ପୋଲିସ ମୁଖ୍ୟାଳୟରେ ପୂର୍ବତନ ପୋଲିସ କମିଶନର ସତ୍ୟଜିତ ମହାନ୍ତି ବିଧିବଦ୍ଧଭାବେ ତାଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ। ଟ୍ବିନ୍‌ ସିଟିରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ସବୁଠୁ ବଡ଼ ଚ୍ୟାଲେଞ୍ଜ। ଟେକ୍ନୋଲୋଜି କ୍ଷେତ୍ରରେ ରାଜ୍ୟ ପୋଲିସ ପୂର୍ବାପେକ୍ଷା ବହୁ ଅଗ୍ରଗତି କରିଛି। ଇଣ୍ଟେଲିଜେନ୍ସି ଓ ଟେକ୍ନୋଲୋଜି ଜରିଆରେ ତଦନ୍ତ କରାଯାଇ ଅପରାଧ ରୋକିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଫଳ ଭାବେ କାର୍ଯ୍ୟକାରୀ କରାଯିବା ଉପରେ ଗୁରୁତ୍ୱ ଦେବେ ବୋଲି ଶପଥ ଗ୍ରହଣ ଅବସରରେ କମିଶନର ଷଡ଼ଙ୍ଗୀ କହିଛନ୍ତି।
ବିଦାୟୀ କମିଶନର ସତ୍ୟଜିତ ମହାନ୍ତି କହିଥିଲେ ଯେ, ହକି ବିଶ୍ୱକପ ପରି ୩ ଅନ୍ତର୍ଜାତୀୟ ମେଗା ଇଭେଣ୍ଟ ଓ ଫନୀ ବାତ୍ୟା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ମାତ୍ର ସେ ଏହାକୁ ସଫଳତାର ସହ ସମ୍ପଦନ କରଥିଲେ। ଏହି ଅବସରରେ ଉଭୟଙ୍କୁ ପୋଲିସ ବିଧିବ୍ୟବସ୍ଥା ଅନୁଯାୟୀ ସ୍ବାଗତ ଓ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।