Advertisement

ଦାୟିତ୍ୱ ନେବା ପରେ ପ୍ରଥମେ ସିଆଚେନ୍‌ ଗ୍ଲାସିୟର ଯିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ଭାଗ ବଣ୍ଟା ପରେ ଏବେ କାମ ଆରମ୍ଭ ହୋଇଯାଇଛି। ସମସ୍ତେ ନିଜ ନିଜ ଦାୟିତ୍ୱ ବହନ କରିଛନ୍ତି। ଏହି କ୍ରମରେ ପ୍ରତିରକ୍ଷା ବିଭାଗ ମିଳିଥିବା ପୂର୍ବତନ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଦାୟିତ୍ୱ ବହନ କରିବା ପରେ ପ୍ରଥମେ ସିଆଚେନ୍‌ ଗ୍ଲାସିୟର ଗସ୍ତ କରିବେ ବୋଲି ସୂଚନା ମିଳିଛି। ସୋମବାର ସେ ସେଠାକୁ ଯିବାର କାର୍ଯ୍ୟକ୍ରମ ରହିଛି। ସେନା ମୁଖ୍ୟ ବିପିନ ରାଓ୍ବତ ମଧ୍ୟ ତାଙ୍କ ସହ ରହିବେ ବୋଲି ଖବର ମିଳିଛି। ବିଶ୍ୱର ସର୍ବୋଚ୍ଚ ମିଲିଟାରୀ ପୋଷ୍ଟ ଭାବେ ପରିଚିତ ସିଆଚେନ୍‌ ଗ୍ଲାସିୟରରେ ରାଜନାଥ ଯବାନ ଓ ସେନା ଅଧିକାରୀଙ୍କ ସହ ଆଲୋଚନା କରିବେ ଏବଂ ସେମାନେ ସାମ୍ନା କରୁଥିବା ସୁବିଧା ଅସୁବିଧା ସମ୍ପର୍କରେ ମଧ୍ୟ ପଚାରି ବୁଝିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଶୀତ ସମୟରେ ଏଠାରେ ମାଇନସ୍‌ ୭୦ଡିଗ୍ରୀ ସେଲସିୟସରେ ବୀର ଯବାନମାନେ ଦେଶକୁ ସୁରକ୍ଷା ପ୍ରଦାନ କରିଥାଆନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share