ଦାୟିତ୍ୱ ନେଲେ ଓଏଚ୍‌ଆରସି ଅଧ୍ୟକ୍ଷ

ଭୁବନେଶ୍ୱର, ୪।୯(ବ୍ୟୁରୋ): ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ର ଅଧ୍ୟକ୍ଷ ଭାବେ ବୁଧବାର ଜଷ୍ଟିସ ବିମଳ ପ୍ରସାଦ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ସ୍ବଚ୍ଛତାକୁ ପ୍ରାଧାନ୍ୟ ଦିଆଯିବ। ପଡ଼ି ରହିଥିବା ମାମଲାର ଶୀଘ୍ର ଶୁଣାଣି ଉପରେ ଗୁରୁତ୍ୱ ଦିଆଯିବ। ମାନବାଧିକାର ଉଲ୍ଲଂଘନ କଲେ କାହାରିକୁ ଛଡ଼ାଯିବ ନାହିଁ। ଏଥିସହ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ତେବେ ୨୦୧୨ ନଭେମ୍ବର ୨୩ ପରଠାରୁ ଏହି ପଦବୀଟି ଖାଲି ରହିଥିଲା।