ଦାୟିତ୍ୱ ନେଲେ ନୂଆ ବିଏମ୍‌ସି କମିଶନର: ପ୍ରେମଚନ୍ଦ୍ର ଚୌଧୁରୀ

ଭୁବନେଶ୍ୱର, ୨୭ା୬(ବ୍ୟୁରୋ)- ରାଜ୍ୟର ବୃହତମ ସ୍ବାୟତ ସଂସ୍ଥା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ ନୂଆ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଯୋଗ ଦେଇଛନ୍ତି। ଗୁରୁବାର ସକାଳ ୯ଟା ୩୦ରେ କାର୍ଯ୍ୟରେ ଯୋଗ ଦେବାପରେ କର୍ମଚାରୀଙ୍କ ସହ ଆଲୋଚନ କରି ସେ କହିଛନ୍ତି, ସବୁବର୍ଗର ନାଗରିକଙ୍କୁ ଉତ୍ତମ ଏବଂ ତ୍ୱରିତ ସେବା ଯୋଗାଇବା ଲାଗି ଗୁରୁତ୍ୱ ଦେବା ଆବଶ୍ୟକ। ପ୍ରକ୍ରିୟାଗତ ସରଳତା ଆପଣାଇ କିପରି ସେବା ପ୍ରଦାନକୁ ନାଗରିକ ଅଭିମୁଖି କରିହେବ ଓ ସେବାର ମାନକୁ ବଢ଼ାଇ ହେବ ସେ ନେଇ ବିଚାର କରିବା ଆବଶ୍ୟକ। ଏଥିପାଇଁ କ’ଣ କରି ହେବ, କେଉଁ ପଦକ୍ଷେପ ନେଇହେବ ସେନେଇ ସମସ୍ତ କର୍ମଚାରୀଙ୍କ ସହିତ କମିଶନର ଆଲୋଚନା କରିବା ସହିତ ସମସ୍ତଙ୍କ ପରାମର୍ଶ ଚାହିଁଛନ୍ତି। ନାଗରିକଙ୍କୁ ସେବା ପ୍ରଦାନରେ ଉନ୍ନତି ଆଣିବାଲାଗି ସବୁ ସ୍ତରର କର୍ମୀଙ୍କ ଉପାୟ ଗ୍ରହଣ କରାଯିବ ଓ ଏହାକୁ ସ୍ବାଗତ କରାଯିବ ବୋଲି ସେ କହିଛନ୍ତି।

Share