ଦିଅଁ ନ ଥିବା ମନ୍ଦିର…

ମନ୍ଦିରରେ ସାଧାରଣତଃ ଦିଅଁ ରହିଥାନ୍ତି। ତେବେ ଦିଲ୍ଲୀର ଉଦୟପୁରରେ ଅବସ୍ଥିତ ବାହାଇ ମନ୍ଦିରରେ କୌଣସି ମୂର୍ତ୍ତି ନାହିଁ। ଏହି ମନ୍ଦିର ନିଜର ଅଦ୍ଭୁତ ନିର୍ମାଣଶୈଳୀ ପାଇଁ ପ୍ରସିଦ୍ଧ। ଏହାକୁ ଲୋକେ ଲୋଟସ୍‌ ଟେମ୍ପଲ କୁହନ୍ତି। ଦିନରେ ମୋତି ପରି ଚମକୁଥିବା ଏହି ଟେମ୍ପଲ ରାତିରେ ପାଣିରେ ରଙ୍ଗବେରଙ୍ଗ ତାରକା ପରି ଝଲସି ଥାଏ । ବାହାଇ ସମ୍ପ୍ରଦାୟ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି । ବାହାଇ ଧର୍ମରେ ମୂର୍ତ୍ତିପୂଜା ପରମ୍ପରା ନାହିଁ । ଏହି କାରଣରୁ ଏହି ମନ୍ଦିର ଭିତରେ କୌଣସି ମୂର୍ତ୍ତି ନାହିଁ। ଏଠାକୁ ଆସୁଥିବା ଲୋକମାନେ ଚୁପ୍‌ ଚାପ୍‌ ବସି ଧ୍ୟାନ କରନ୍ତି। ୨୭ଟି ପଦ୍ମ ପାଖୁଡାରେ ଏହା ନିର୍ମିତ। ୯ଟି ପୁଷ୍କରିଣୀ ମଧ୍ୟରେ ଏହି ମନ୍ଦିର ରହିଛି। ଏଠାରେ ୪୦ ମିଟର ଲମ୍ବ ବଡ଼ ହଲ୍‌ ରହିଛି। ଏଠାରେ ଏକା ସଙ୍ଗେ ୨୪ ଶହ ଲୋକ ବସି ପାରିବାର ବ୍ୟବସ୍ଥା ଅଛି । ଏହି ମନ୍ଦିର ଗିନିଜ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ପ୍ରତିବର୍ଷ ଲୋଟସ୍‌ ଟେମ୍ପଲକୁ ଦେଖିବାକୁ ବହୁ ପର୍ଯ୍ୟଟକ ଦେଶ ବିଦେଶରୁ ଆସିଥାନ୍ତି ।

Share