ଦେବଗଡ,୧୧ା୪(ଡି.ଏନ.ଏ):ଦେବଗଡ ଥାନା ଅଧୀନ ସାନ ଶିରଡିହି ଗ୍ରାମରେ ଦିଅରର ଠେଙ୍ଗାମାଡରେ ଭାଉଜଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ସ୍ବର୍ଗତ ବିଜୟ ବାଙ୍କିରାଙ୍କ ସ୍ତ୍ରୀ ଶନିବାରୀ ବାଙ୍କିରା (୫୦)। ଏ ନେଇ ଶନିବାରୀଙ୍କ ପୁଅ କଙ୍କରୁ (୨୩) ଲିଖିତ ଅଭିଯୋଗ କରିବା ପରେ ଦେବଗଡ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଶନିବାରୀଙ୍କ ଦିଅର ତଥା ଅଭିଯୁକ୍ତ ଶୁକଦେବଙ୍କୁ ଥାନାକୁ ଆଣି ପଚରା ଉଚୁରା କରୁଛି। ଅନ୍ୟପକ୍ଷରେ ମୃତଦେହ ବ୍ୟବବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ ସୂଚନା ଦେଇ କହିଛି ଯେ, ଶନିବାରୀ ନିଜ ୪ ସନ୍ତାନ ସନ୍ତତିଙ୍କ ସହ ମୂଲ ଲାଗି ପରିବାର ପ୍ରତିପୋଷଣ କରିଆସୁଥିଲେ। ହେଲେ ଗତ କିଛି ଦିନ ହେଲା ଅସୁସ୍ଥତା ହେତୁ କାମ କରି ନ ପାରି ସେ ଘରେ ରହୁଥିଲେ। ଦିଅର ଶୁକଦେବ କେତୋଟି ବତକ ପାଳିଛନ୍ତି। ହେଲେ ଏ ଗୁଡିକ ଆହତ ହୋଇଥିବାରୁ ଭାଉଜଙ୍କୁ ସେ ଦାୟୀ କରି ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ଶନିବାରୀଙ୍କର ୨ଟିଯାକ ହାତ ଭାଙ୍ଗି ଯିବାସହ ସେ ଗୁରୁତର ଆହତ ହୋଇଥିଲେ। ଶନିବାରୀଙ୍କ ପୁଅ କଙ୍କରୁ ତାଙ୍କୁ ଚିକିତ୍ସା ପାଇଁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସେ ଆଖି ବୁଜିଛନ୍ତି।
Posted inHome, Home Left, ଆମ ଜିଲା ଖବର, ଦେବଗଡ଼ View All

ମୁର୍ଶିଦାବାଦରେ ହିଂସା: ଓ୍ବକଫ ବିବାଦକୁ ନେଇ କାହିଁକି ଚୁପ୍ ମମତା
ମୁର୍ଶିଦାବାଦ, ୧୬।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାରେ ଓ୍ବକଫ (ସଂଶୋଧନ) ଆଇନ, ୨୦୨୫କୁ ବିରୋଧ କରି ହୋଇଥିବା ବିକ୍ଷୋଭ ହିଂସାରେ ପରିଣତ ହୋଇଛି। ଏହି ଘଟଣାରେ ଅତିକମରେ...

Job Alert: ଟିମ୍ ଇଣ୍ଡିଆରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଯୋଗ୍ୟତା; କିଏ-କିଏ ଏବଂ କିଭଳି କରିପାରିବେ ଆବେଦନ…
ନୂଆଦିଲ୍ଲୀ,୧୬।୪: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ)ରେ ନିଯୁକ୍ତି ସୁଯୋଗ। ବୋର୍ଡ ପକ୍ଷରୁ ବୁଧବାର ଖାଲି ପଦବୀ ବିଷୟରେ ସୂଚନା ଦିଆଯାଇଥିଲା। ଇଣ୍ଡିଆ ମହିଳା ଟିମ୍କୁ ମୁଖ୍ୟ...

୩୦ଫୁଟ ପୋଲତଳୁ ମିଳିଲା ଯୁବକଙ୍କ ମୃତଦେହ : ବଢ଼ୁଛି ସନ୍ଦେହ
ପାଟଣା,୧୬।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଭୀମ କୁଣ୍ଡ ରାସ୍ତାର ଡୁମୁରିଆ ନାଳ ପୋଲ (୩୦)ଫୁଟ ତଳୁ ବୁଧବାର ଅପରାହ୍ନରେ ଜଣେ ଯୁବକଙ୍କ...

ତାତିଲେ ବାପି ପଣ୍ଡା, ଦେଲେ ଖୋଲା ଧମକ
ଭୁବନେଶ୍ୱର,୧୬।୪: ବ୍ୟାନ ନହଟିଲେ ଯାତ୍ରା ବନ୍ଦ । ଆଉ ହେବନି ଯାତ୍ରା । ମାଲିକ ସଂଘକୁ ଶକ୍ତ ଝଟ୍କା । ମାଲିକଙ୍କ ନିଷ୍ପତ୍ତିକୁ ରୋକଠୋକ ଚ୍ୟାଲେଞ୍ଜ...

ବନ ବିହାରରେ ହେବ ଶହିଦ ସ୍ମୃତି ସ୍ତମ୍ଭ: ପ୍ରତିଶ୍ରୁତି ଦେଲେ ବିଧାୟକ
ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ ବନ ସେବା ବ୍ରହ୍ମପୁର ସର୍କଲ ସଭାପତି ଅନୁପ କୁମାର ବିଷୋୟୀଙ୍କ ନେତୃତ୍ୱରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର କର୍ମକର୍ତ୍ତାମାନେ...

ଜଗଦ୍ଦେବଙ୍କ ବିସ୍ଫୋରକ ବୟାନ, ନବୀନଙ୍କୁ ହଟାଇବାକୁ…ରାଜନୀତିରେ ଚହଳ
ଭୁବନେଶ୍ୱର,୧୬।୪: ବିଜେଡିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏପରିକି ଦଳକୁ ନେଇ ଖୋଦ୍ ବିଜେଡି ନେତା ମଧ୍ୟ ବିଭିନ୍ନ ବୟାନବାଜି କରୁଛନ୍ତି। ଏଥିସହ ଦଳ...

ଜଷ୍ଟିସ୍ ବି.ଆର୍. ଗଭାଇ କିଏ? ଯିଏ ହେବେ ଭାରତର ପରବର୍ତ୍ତୀ CJI
ନୂଆଦିଲ୍ଲୀ,୧୬।୪: ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ବି.ଆର୍. ଗଭାଇଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି। ଜଷ୍ଟିସ...

ଜାତୀୟ ରାଜପଥ କଡ଼ରେ ପଡ଼ିଛି ୨ ଅପରିଚିତ ଯୁବକଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ
ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ମଠଖାଇ ଜଙ୍ଗଲ ସନ୍ନିକଟ ବଲାଙ୍ଗୀର-ଦେଓଗାଁ ୨୬ ନଂ ଜାତୀୟ ରାଜପଥ କଡ଼ରୁ ଦୁଇଜଣ ଅପରିଚିତ ଯୁବକଙ୍କ ମୃତଦେହକୁ...