ଦିଗହରା ହୋଇଛି ସ୍ବଚ୍ଛ ଭାରତ ମିଶନ:ଅବ୍ୟବସ୍ଥାରେ ଜେନାପୁର ରେଳ ଷ୍ଟେଶନ

ଜେନାପୁର,୪-୯(ଡି.ଏନ୍‌.ଏ.)- ଯାଜପୁର ଜିଲା ଅନ୍ତର୍ଗତ ଜେନାପୁର ରେଲ୍‌ଓ୍ବେ ଷ୍ଟେଶନରେ ସ୍ବଚ୍ଛ ଭାରତ ଅଭିଯାନ ଦିଗହରା ହୋଇଛି। ବିଭାଗୀୟ ଅଧିକାରୀଙ୍କ ଦୁର୍ବଳମନୋଭାବ ଯୋଗୁ ଷ୍ଟେଶନଟି ଶୋଚନୀୟ ଅବସ୍ଥାରେ ପହଞ୍ଚତ୍ଥିବା ଅଭିଯୋଗ ହୋଇଛି। ଏଠାରେ ଯାତ୍ରୀମାନଙ୍କ ନିମନ୍ତେ ବସାଯାଇଥିବା ଶୁଦ୍ଧ ପିଇବା ପାଣି ଟ୍ୟାପ୍‌ ବେସିନ୍‌ଗୁଡିକରେ ଅନାବନା ଗଛ ଉଠିବା ସହ ଅଳିଆ ଆବର୍ଜନା ପୁରି ରହିଛି। କେତେକ ଟ୍ୟାପ୍‌ରେ ମଧ୍ୟ ପାଣି ଆସୁ ନାହଁି। ୨ ନମ୍ବର ପ୍ଲାଟଫର୍ମରେ ଶିଉଳି ମାଡିଗଲାଣି। ଅପରପକ୍ଷେ ୨, ୩ , ୪ ନମ୍ବର ପ୍ଲାଟଫର୍ମ ଉଚ୍ଚତା କରାଯାଇ ନ ଥିବାରୁ ଟ୍ରେନ୍‌ରୁ ଚଢିବା ଓ ଓହ୍ଲାଇବାରେ ଯାତ୍ରୀମାନେ ପାଇଁ ବୋହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ଲାଟଫର୍ମରେ ଥିବା ଶୌଚଳୟଟି ମରାମତି ଅଭାବରୁ ଆନାବନା ଗଛ ଉଠି ଜଙ୍ଗଲ ହେବା ଦ୍ୱାରା ସରୀସୃପଙ୍କ ବାସସ୍ଥଳୀ ପାଲଟିଛି। ଜେନାପୁର ଷ୍ଟେଶନ ରାସ୍ତାରେ ମଧ୍ୟ ଆଲୋକ ବ୍ୟବସ୍ଥା ନ ଥିବାରୁ ଯାତ୍ରୀମାନେ ଅନ୍ଧାରରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଅନେକ ଯାତ୍ରୀ ରାହାଜାନି ଓ ଛିନ୍‌ତାଇର ଶିକାର ହେଉଥିବା ଜଣାପଡିଛି। ଜନ ସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

ଜନସେବା କେନ୍ଦ୍ରରେ ଶୋଷିତ ହେଉଛନ୍ତି କାର୍ଡଧାରୀ: ପ୍ରଶାସନ ଦୃଷ୍ଟିଦେବାକୁ…

ରସୁଲପୁର,୧୬।୧୦(ରଞ୍ଜିତ ରାଉତ): ଆଧାର କାର୍ଡ ଏକ ଅତ୍ୟାବଶ୍ୟକୀୟ ପରିଚୟପତ୍ର ଭାବରେ ବ୍ୟବହାର ହେଉଛି। ସରକାରୀ ଓ ବେସରକାରୀସ୍ତରରେ ଆଧାରକାର୍ଡକୁ ଏକପ୍ରକାର ବାଧ୍ୟତାମୂଳକ କରାଯାଇଛି। ଏହି କାର୍ଡରେ...

ଓଡ଼ିଶାର ବିରଳ ଭସାଣି

ରାଜନଗର, ୧୫।୧୦ଭାସ୍କର ରାଉତରାୟ): ରାଜନଗରର ଗଣପର୍ବ ଶାରଦୀୟ ଦୁର୍ଗାପୂଜା ଶେଷ ହୋଇଛି। ରାଜନଗର ଦେବୀ ଘରେ ମା’ ଦୁର୍ଗାଙ୍କର ରବିବାର ଜୟା, ବିଜୟା ଓ ଅପରାଜିତା ପୂଜା...

ବାଇକ୍‌କୁ ଧକ୍କା ଦେଇ ରାସ୍ତାରେ ଜଳିଗଲା ବସ୍‌, ଜଣଙ୍କ ଜୀବନ ଗଲା

ଯାଜପୁର,୧୪ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁରର ଏନ୍‌ଏଚ୍‌ ୧୬ ଛତିଆ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇ ବସ୍‌ଟି ଜଳିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ...

ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ

ଯାଜପୁର,୧୨।୧୦: ଯାଜପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ‘ଓ୍ବଲ୍ଡ ମେଣ୍ଟାଲ ହେଲଥ ଡେ’ ବା ‘ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ’...

ଭିସା ଷ୍ଟିଲ୍‌ କାରଖାନାକୁ ବନ୍ଦ ଚେତାବନୀ

ଯାଜପୁର,୧୨ା୧୦(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କଳିଙ୍ଗନଗର ଭିସା ଷ୍ଟିଲ କାରଖାନା ପରିସରରୁ ଅମ୍ଲଯୁକ୍ତ ପଦାର୍ଥ(ପିଏଚ୍‌) ସହ ଫେନୋଲିକ କମ୍ପାଉଣ୍ଡ ଏବଂ ସାଇନାଇଡ୍‌ ପାଣି ଗଣ୍ଡାନାଳରେ ମିଶି ପ୍ରଦୂଷିତ...

ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇ ମାଡ଼ ଖାଇଲେ ଥାନା ଅଧିକାରୀଙ୍କ ସହ ୪ ପୋଲିସ

ଯାଜପୁର,୧୧।୧୦: ପୁଣି ପୋଲିସ ଉପରେ ଆକ୍ରମଣ । ଏଥିରେ ୭ ପୋଲିସ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ବଡ଼ଚଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri