Categories: ଜାତୀୟ

ଦିଦିଙ୍କ ଦୁର୍ଗାପୂଜା ଭେଟି

କୋଲକାତା,୩୦।୮: ପାଖେଇ ଆସିଲାଣି ଦୁର୍ଗାପୂଜା। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ସହରର ପୂଜା କମିଟି ଗୁଡିକୁ କିଛି ଉପହାର ଦେଇଛନ୍ତି। ଚଳିତ ବର୍ଷ ସମସ୍ତ ପୂଜା କମିଟିକୁ ୨୫ ହଜାର ଲେଖାଁ ଟଙ୍କା ଦେବାକୁ ଶୁକ୍ରବାର ଦିଦି ଘୋଷଣା କରିଛନ୍ତି। ଏହାସହ ବିଜୁଳି ବିଲ୍‌ରେ ମଧ୍ୟ ୨୫ ପ୍ରତିଶତ ରିହାତି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ଦୁର୍ଗାପୂଜା ଭାରତର ସବୁଠାରୁ ବଡ ଦୁର୍ଗାପୂଜା ଭାବେ ପରିଗଣିତ ହୋଇଥାଏ। ଏହି ସମୟରେ ଦେଶ ବିଦେଶରେ ଥିବା ସମସ୍ତ ସଦସ୍ୟ ପ୍ରାୟତଃ ଘରକୁ ଫେରି ପରିବାର ଓ ବନ୍ଧୁ ବାନ୍ଧବଙ୍କ ଗହଣରେ ଦୁର୍ଗାପୂଜା ପାଳନ କରିଥାଆନ୍ତି।

Share