Categories: ଜାତୀୟ

ଦିନକରେ ୨ଥର ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୧୬।୬: ଜମ୍ମୁ-କଶ୍ମୀରରେ ମଙ୍ଗଳବାର ୨ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଦ୍ୱିପ୍ରହର ୨ଟା ୧୦ରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାର ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଜମ୍ମୁ-କଶ୍ମୀରର କଟରାରୁ ୮୫କିଲୋମିଟର ପୂର୍ବରେ ରହିଥିବା ନେଇ ସୂଚନା ରହିଛି। ଏହାପୂର୍ବରୁ ସକାଳ ୭ଟାରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରହିଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ।

Share