କଟକ ଅଫିସ୍,୧୭ା୪: ଆସନ୍ତା ୨୦ ତାରିଖରୁ ସକାଳୁଆ କୋର୍ଟ ଚାଲିବ। କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ତରଫରୁ ନିମ୍ନ ଅଦାଲତଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯେଉଁ କୋର୍ଟଗୁଡ଼ିକ ସକାଳୁଆ ଚାଲିବ, ସେଗୁଡ଼ିକ ଘଣ୍ଟାଏ ଲେଖାଏଁ, ଅର୍ଥାତ ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ଯେଉଁ କୋର୍ଟଗୁଡ଼ିକ ସକାଳୁଆ ଖୋଲା ରହିବ ନାହିଁ, ସେଗୁଡ଼ିକ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ତେବେ ଏହି ସମୟରେ କେବଳ ଜରୁରୀରୁ ଅତି ଜରୁରୀ ମାମଲାଗୁଡ଼ିକର ଶୁଣାଣି କରାଯିବ ବୋଲି ସୂଚନା ମିଳିଛି।