ଦିନକୁ ଦେଢ ଲିଟର କଫି ପିଉଥିବା ଏହି ଶିଶୁ କନ୍ୟା

ଶିଶୁମାନେ କଫି ପିଇବା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଇଣ୍ଡୋନେସିଆର ଏକ ଶିଶୁ କନ୍ୟା ୧୪ ମାସ ବୟସରେ ଦିନକୁ ଦେଢ ଲିଟର କଫି ପିଇବା ଆଶ୍ଚର୍ଯ୍ୟ କର ଘଟଣା। ଏହାପରେ ବି ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା କୁହାଯାଏ। ଶିଶୁଟିର ନାଁ ହଦିଯାହ। ପଶ୍ଚିମ ସୁଲାବେରି ଅଞ୍ଚଳରେ ଥିବା ତୋନରୋ ଲିମା ଗାଁର କୁନିଝିଅଟି ତାଙ୍କ ପରିବାର ସହ ରହୁଛନ୍ତି। ଅସଲ କଥା ହେଲା ଶିଶୁଟିର ମାତାପିତା ଖୁବ୍‌ ଗରିବ। ସେମାନଙ୍କ ନିକଟରେ କ୍ଷୀର କିଣିବାକୁ ପଇସା ନାହିଁ। ତେଣୁ ସେମାନେ ଅଳ୍ପ କଫିକୁ ପାଣିରେ ଗୋଳାଇ ଶିଶୁଟିକୁ ପିଇବାକୁ ଦେଉଥିବା ପ୍ରକାଶ କରିଛନ୍ତି। ନିକଟରେ ଶିଶୁଟି କଫି ପିଉଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲେବେସି ହେଲ୍‌ଥ ଏଜେନ୍ସି ତୋନରୋ ଲିମା ଗାଁ ଯାଇ ଶିଶୁଟିର ମାତାପିତାଙ୍କ ସହ କଥା ହେବାରୁ ସମସ୍ତ ଘଟଣା ଜଣାପଡିଥିଲା। ଏହାସହ ସେମାନେ ଶିଶୁଟି ପାଇଁ କିଛି କ୍ଷୀର ଓ ବିସ୍କୁଟ ମଧ୍ୟ ନେଇଥିଲେ। ଏହାସହ ସେମାନେ ଶିଶୁଟିକୁ କଫି ନ ଦେବାକୁ ତାଙ୍କ ମାତାପିତାଙ୍କୁ କହିଥିଲେ। କାରଣ ଭବିଷ୍ୟତ ପାଇଁ ଏହା ଭଲ ନୁହେଁ ବୋଲି ସେମାନେ ବୁଝାଇ ଦେଇଥିଲେ। ହେଲେ ଶିଶୁଟିର ମା’ କହିଥିଲେ କି କ୍ଷୀର ଅପେକ୍ଷା ତାଙ୍କୁ କଫି ଶସ୍ତାରେ ମିଳୁଛି। ଏହାସହ କଫି ଶୁଶୁଟିର ଅଭ୍ୟାସରେ ପଡି ଯାଇଥିବାରୁ ସେ ଏହାକୁ ନ ପିଇବା ଫଳରେ ଆଦୌ ନିଦରେ ଶୋଉ ନାହିଁ ବୋଲି ସେ କହିଛନ୍ତି। ସେଥିପାଇଁ ସେମାନେ ବାଧ୍ୟ ହୋଇ ଶିଶୁଟିକୁ କଫି ପିଇବାକୁ ଦେଉଛନ୍ତି।

Share