Categories: ଜାତୀୟ

ଦିନକୁ ମାଗଣାରେ ୭୦ ଲିଟର ପାଣି ଯୋଗାଇଦେବେ ରାଜସ୍ଥାନ ସରକାର

ଜୟପୁର,୨୨।୮: ରାଜସ୍ଥାନର ପାଖାପାଖି ୧୩ଟି ମରୁଡି ପ୍ରବଣ ବା ଶୁଷ୍କ ଜିଲାରେ ପ୍ରତିପରିବାରକୁ ଦିନକୁ ୭୦ ଲିଟର ପାଣି ମାଗଣାରେ ଯୋଗାଇ ଦେବେ ବୋଲି ରାଜସ୍ଥାନ ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବୁଧବାର ଏନେଇ ଏକ ପ୍ରସ୍ତାବ ପାଶ୍‌ କରାଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ସରକାର ଏଭଳି ଜିଲାରେ ଥିବା ପରିବାରକୁ ଦିନକୁ ୪୦ ଲିଟର ପାଣି ଯୋଗାଇ ଦେବେ ବୋଲି ସ୍ଥିର କରିଥିବା ବେଳେ ଏବେ ଏଥିରେ ଆଉ ୩୦ ଲିଟର ପାଣି ଅଧିକ ଦିଆଯିବ ବୋଲି କହିଛନ୍ତି। ତେବେ ରାଜସ୍ଥାନର ପାଣି ସମସ୍ୟାକୁ ଦେଖି ଗତମାସରେ ଯୋଧପୁରରୁ ଏଠାକୁ ଏକ ଟ୍ରେନ୍‌ରେ ପାଣି ପଠାଯାଇଥିଲା।

Share