ଦିନକୁ ୨୦୦ ଜଣଙ୍କ ସହ ଭାବ ବିନିମୟ କରୁଛନ୍ତି ମୋଦି

ନୂଆଦିଲ୍ଲୀ,୩୦ା୩(ପି.ଟି.): କରୋନା ଭାଇରସ୍‌ ବିରୋଧରେ ଭାରତର ଲଢ଼େଇ ସମ୍ପର୍କରେ ମତାମତ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମିତ ଭାବେ ଦେଶବାସୀଙ୍କ ସହ ଯୋଗାଯୋଗ କରୁଛନ୍ତି। ଏହିକ୍ରମରେ ସେ ଦୈନିକ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସହ ଭାବ ବିନିମୟ କରୁଛନ୍ତି ବୋଲି ରବିବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି। ପିଏମ୍‌ଓ ଜାରି କରିଥିବା ଏକ ବିବୃତିରେ କୁହାଯାଇଛି ଯେ, ମୋଦି ପ୍ରତିଦିନ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କୁ ଫୋନ୍‌ କରି ଫିଡ୍‌ବ୍ୟାକ୍‌ ନେଉଛନ୍ତି। ଏହାସହ ସେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ କୃତଜ୍ଞତା ଜଣାଉଛନ୍ତି। କୋଭିଡ୍‌-୧୯ ସଂକ୍ରମଣକୁ କିପରି ରୋକାଯାଇପାରିବ ସେ ନେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ବର୍ଗର ଲୋକଙ୍କଠାରୁ ପଚାରି ବୁଝୁଛନ୍ତି।

Share