Categories: ଜାତୀୟ

ଦିନକୁ ୮ ଘଣ୍ଟା ପରିଶ୍ରମ କରୁଛନ୍ତି ୯୧ ବର୍ଷୀୟ କୃଷକ

କଲାବୁରାଗି,୨୪।୧୦: କର୍ନାଟକ କଲାବୁରାଗିର ୯୧ ବର୍ଷୀୟ କୃଷକ ବଶଭାନପ୍ପା ପାଟିଲ ଦିନକୁ ୮ ଘଣ୍ଟା ତାଙ୍କ ଫାର୍ମରେ ପରିଶ୍ରମ କରୁଥିବା କୁହନ୍ତି। ଆଉ ଆଜିବି ସେ ପୂର୍ବଭଳି ସୁସ୍ଥ ରହିଛନ୍ତି। ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ସେ ତାଙ୍କ ଫାର୍ମରେ କାମ କରନ୍ତି। ପ୍ରତିଦିନ ସେ ରୁଟି ସହ ଦହି ଖାଆନ୍ତି ଓ ନିୟମିତ ଖିର ପିଉଥିବାରୁ ଫିଟ୍‌ ଥିବା ପ୍ରକାଶ କରିଛନ୍ତି। ତାଙ୍କର ୬ଟି ସନ୍ତାନ ଥିବା ବେଳେ କେହିହେଲେ ତାଙ୍କୁ ଫାର୍ମିଂରେ ସହଯୋଗ କରୁ ନ ଥିବା ସେ କହିଛନ୍ତି।

Share