Categories: ଜାତୀୟ

ଦିନକ ପରେ ଖୋଲିବ ଜାମିଆ ମିଲିଆ ଇସଲାମିଆ

ନୂଆଦିଲ୍ଲୀ,୪।୧: ଆସନ୍ତା ସେମାବାର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ସୂଚନା ମିଳିଛି। ଗତ ଡିସେମ୍ବର ୧୬ରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିବା ବେଳେ ସେବେଠାରୁ ବିଶ୍ୱବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା। ଏହାପରେ ସମସ୍ତ ପରୀକ୍ଷାକୁ ରଦ୍ଦ କରିଦିଆଯିବା ସହ ବିଶ୍ୱିଦ୍ୟାଳୟର ଜାନୁୟାରୀ ୫ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିଲା। ରଦ୍ଦ କରାଯାଇଥିବା ଅଡ୍‌ ସେମିଷ୍ଟର ପରୀକ୍ଷା ଗୁଡିକ ଜାନୁୟାରୀ ୯ରୁ ଆରମ୍ଭ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଅଣ୍ଡର ଗ୍ରାଜୁଏଟ କୋର୍ସର ପରୀକ୍ଷା ଜାନୁୟାରୀ ୧୬ରୁ ଆରମ୍ଭ କରାଯିବ ବୋଲି ପ୍ରକାଶ କରାଯାଇଛି। ପିଲାମାନେ ଏ ସର୍ମ୍ପକରେ ଅଧିକ ଜାଣିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ହେଲପ୍‌ ଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି।

Share