Categories: ଜାତୀୟ

ଦିନକ ପୂର୍ବରୁ ଟଳିଲା ଜିସାଟ୍‌-୧ର ଉତ୍‌କ୍ଷେପଣ

ବେଙ୍ଗାଲୁରୁ,୪।୩: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ବୁଧବାର ଜିସାଟ୍‌-୧ ଉତ୍‌କ୍ଷେପଣ ଉପରେ ରୋକୋ ଲଗାଇଛି। ଯାନ୍ତ୍ରିକ ତୃଟି ଯୋଗୁ ଏହି ଉତ୍‌କ୍ଷେପଣ କରାଯିବ ନାହିଁ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୫ ସନ୍ଧ୍ୟା ୫ଟା ୪୩ ମିନିଟ୍‌ରେ ଜିଏସ୍‌ଏଲ୍‌ଭି-ଏଫ୧୦ ଜରିଆରେ ଜିସାଟ୍‌-୧କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧଓ୍ବନ ଅନ୍ତରିକ୍ଷ କେନ୍ଦ୍ରରୁ ଉତେ୍‌କ୍ଷେପଣ କରାଯିବାକୁ ଥିଲା। ହେଲେ ଦିନକ ପୂର୍ବରୁ ଏହାକୁ ସ୍ଥଗିତ କରାଯାଇଛି। ଖୁବ୍‌ଶୀଘ୍ର ଉତ୍‌କ୍ଷେପଣର ନୂଆ ତାରିଖ ଘୋଷଣା କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

Share