Categories: ଜାତୀୟ

ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି

ବାରାଣସୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତ କରିଛନ୍ତି। ସେଠାରେ ସେ ଭାରତୀୟ ଜନ ସଂଘର ମୁଖ୍ୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୬୩ ଫୁଟ ଉଚ୍ଚତାର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଗସ୍ତ ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେ ୧୯ ଭାଷାରେ ଅନୁବାଦ କରାଯାଇଥିବା ‘ସିଦ୍ଧାର୍ଥ ଶିଖବାଣୀ ଗ୍ରନ୍ଥ’ର ଉନ୍ମୋଚନ ସହ ଏକ ଆପ୍‌ ଲଞ୍ଚ କରିବେ।

Share