Categories: ଖେଳ

ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲି, ବୁମରାଙ୍କ ରାଜ୍‌

ଦୁବାଇ,୧୨।୧୧- ଆଇସିସି ଦିନିକିଆ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରା ରାଜୁତି ଜାରି ରଖିଛନ୍ତି। କୋହଲି ସର୍ବାଧିକ ୮୯୫ ରେଟିଂ ପଏଣ୍ଟ ସହ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷସ୍ଥାନ ବାଜୟ ରଖିଛନ୍ତି। ତାଙ୍କ ପଛକୁ ରହିଛନ୍ତି ଚଳିତ ସିଜନରେ ଚମତ୍କାର ଫର୍ମରେ ଥିବା ରୋହିତ ଶର୍ମା। ବୋଲରଙ୍କ ମଧ୍ୟରେ ପୂର୍ବ ଭଳି ବୁମରା ନମ୍ବର ଓ୍ବାନ ପୋଜିଶନରେ ରହିଛନ୍ତି। ବୁମରା ୭୯୭ ପଏଣ୍ଟ ସହ ଶୀର୍ଷରେ ଥିବାବେଳେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ଦ୍ୱତୀୟ ସ୍ଥାନ ଅଧିକାର କରିଛନ୍ତି। ଆଇସିସି ଅଲରାଉଣ୍ଡଙ୍କ ତାଲିକାରେ ହାର୍ଦ୍ଦିକ ପାଣ୍ଡ୍ୟା ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି। ଇଂଲଣ୍ଡର ବିଶ୍ୱକପ୍‌ ହିରୋ ବେନ ଷ୍ଟୋକ୍ସ (୩୧୯ ପଏଣ୍ଟ) ଓ ଆଫଗାନିସ୍ତାନର ମହମ୍ମଦ ନବି ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ନିକଟରେ ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌କୁ ୨-୧ ବ୍ୟବଧାନରେ ଜିତିଥିବା ଭାରତୀୟ ଦଳ ଦୁଇ ଟିକିଆ ଟେଷ୍ଟ ସିରିଜ୍‌ ଖେଳିବ।

Share