ଦିନୁଦିନ୍‌କେ ଫିକାପଡୁଛେ ରଜ ମଉଜ

ଭବାନୀପାଟଣା,୧୬।୬(ଡି.ଏନ୍‌.ଏ):  ଓଡ଼ିଶାରେ ବାରମାସେ ତେର ପରବ୍‌ ପାଲନ ହେସି। ଏନ୍‌ତା କି ଆମର ପରବ୍‌ ପରବାନୀ ଧରମ୍‌ ଆର ପଉରାନିକ୍‌ କଥାବସ୍ତୁ ଉପରେ ରହିଛେ। ଇ ସବୁ ଲୁକ୍‌କୁ ଖୁସି ଦେବାର ସଂଗେ ଶିକ୍ଷା ବି ଦେସି। ରଜପରବ୍‌ ଏନ୍‌ତା ଗୁଟେ ପରବ୍‌ ଯେନ୍‌ଟା ପ୍ରାଚୀନ ସଂସ୍କୃତି ଆର ପରମ୍ପରାର ଗୁଟେ ନିଛକ୍‌ ଉଦାହରନ୍‌। ଅଲଗ୍‌ ରଂଗ୍‌ଢ଼ଂଗ୍‌ରେ ପାଲିତ ହେଉଥିବାର ପାରମ୍ପରିକ ସଂସ୍କୃତି ରଜ ମହୋଛବରେ ସେ ଆଘର ମହକ୍‌ ନଁାଇଁନ। ଆଘର ସେ ରଜପରବ୍‌ ଆସର ଆର ଦେଖ୍‌ବାକେ ନାଇଁ ମିଲବାର। ଇ ପରବ୍‌ ଦିନୁ ଗଁାର ଭେଁଡ଼ିଆ ପିଲାମାନେ ଏକ୍‌ଠାନିଅଁା ହେଇ ଭାଇଚାର ସମ୍ପର୍କକେ ମଜବୁତ କରବାର ସଂଗେ ଗଁାରେ ନାଟ୍‌, ଡ୍ରାମା ମଞ୍ଚସ୍ଥ କରୁଥିଲେ। ଏହେଦେ ସେ ସବୁ ଅତୀତ ହେଇଗଲାନ। ଟିଭି, ସିନେମା ଆର ମୋବାଇଲ ପଛେ ଯୁବପିଢ଼ି ଦଉଡ଼ୁଛନ୍‌। ଗଁାମାନକେ ରଜପରବ୍‌ ଉଧେ ଅନୁଷ୍‌ଠିତ ହେଉଥିବାର ସାଂସ୍କୃତିକ ଉଛବ୍‌ ଦିନୁଦିନକେ ଲୋପ ପାଏବାକେ ବସଲାନ। ସେନ୍‌ତା ଗଁା ପଡ଼ିଆ ଏହେଦେ ଜବରଦଖଲରେ। ଯେନ୍‌ଥିରଲାଗି ପିଲାମାନେ ଆଘର ଲେଖେଁ ରଜ ପରବ୍‌ ବେଲେ ଏକ୍‌ଠାନିଅଁା ହେଇ ଖେଲବାର ସୁଯୋଗ ନାଇଁ ପାଏବାର। ସେନ୍‌ତା ଗଁାମାନକେ ଥିବାର ପୁରନା ଗଛଖୁଁଟ ସବୁ ଲୋପ ପାଇଗଲାନ। ଯେନ୍‌ଥିରଲାଗି ଦୁଲିଖେଲ ବି ଆର ଦେଖ୍‌ବାକେ ନାଇଁ ମିଲବାର। ସେନ୍‌ତା ରଜପରବ୍‌ରେ ଖେଲାଯାଉଥିବାର ଭିନେ ଭିନେ ଖେଲ ବି ଆଘର ଲେଖେଁ ଆର ଦେଖ୍‌ବାକେ ନାଇଁ ମିଲବାର। ଖାସ କରି ଯୁବକ୍‌ମାନେ ଇଥ୍‌ରେ ଆର ସାମିଲ ନାଇଁ ହେବାର। ରଜ ପରବ୍‌ ଆଗରୁ ଗଁାର ମହିଲାମାନେ ଅରୁଆ ଚାଉଲକେ ଶୁଖେଇ ତାହାକେ ଢେଁକିରେ କୁଟି ଚୁନା କରୁଥିଲେ। ସେଥ୍‌ରେ ପୁଡ଼ାପିଠା, ଚକେଲ, ଅରସା ପିଠା, ମଡ଼ାପିଠା ତିଆର କରୁଥିଲେ, ହେଲେ ଆଏଜ୍‌କାଲି ସେ ସବୁ ଲୋପ ପାଇଗଲାନ। ଏନ୍‌ତା କି ଗଁାର ଝି’ବହମାନେ ଏକଠାନିଅଁା ଜମା ହେଇ ନିଜରନୁ ବଡ଼ ମହିଲାମାନକର ଗୁଟେ ଅଲତା ଲଗେଇ ଆଶିରବାଦ ନେଉଥିଲେ। ହେଲେ ଆଏଜ୍‌କାଲି ଖାଲି ପରମ୍ପରା ନଁାକେ ପାଲନ କରାଯାଉଛେ। ହେଲେ ଇଥ୍‌ରେ ସେ ଆଘର ମହକ୍‌ ନଁାଇଁନ।