Categories: ଖେଳ

ଦିନେ ଥିଲେ ଆଇପିଏଲରେ ସେନସେଶନ ଏବେ କରୁଛନ୍ତି ଚାଷ

ଭିନ୍ନ ଧରଣ ବୋଲିଂ ଆକଶନ ପାଇଁ ଦିନେ ଆଇପିଏଲରେ ଥିଲେ। ଆଇପିଏଲ ୨୦୦୯ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ ଉତ୍ତର ପ୍ରଦେଶ ବାମହାତୀ ମଧ୍ୟଗତିର ବୋଲର କ୍ରିକେଟର କମରାନ ଖାଁ। ଛୋଟିଆ କ୍ୟାରିୟରରେ ଦଳ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ। ୨୦୧୧ରେ ପୁଣେ ଓ୍ବାରିଅର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଆଇପିଏଲ ଇତିହାସର ପ୍ରଥମ ବୋଲର ଭାବେ ସୁପର ଓପର ବୋଲିଂ କରିଥିଲେ। ଏହା ସେ ୨୦୦୯ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ କରିଥିଲେ। ମୋଟ ଉପରେ ଆଇପିଏଲରେ ୧୧ ମ୍ୟାଚ୍‌ ଖେଳିଥିବା ପେସର ୧୨ ଉଇକେଟ ନେଇଥିଲେ। ଯେତେବେଳେ ଦେଶରେ ପେସରଙ୍କ ଅଭାବ ଥିଲା, ସେତେବେଳେ ସେ ସେନସେଶନ ପାଲଟି ଥିଲେ। ୨୦୧୪ଠାରୁ ସେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳି ନାହାନ୍ତି। କିନ୍ତୁ କିଛି କାରଣ ଯୋଗୁ ଖୁବ କମ୍‌ ବୟସରେ କ୍ରିକେଟ ଛାଡ଼ି ପରିବାରକୁ ସାହାଯ୍ୟ କରିବା ଲାଗି ଗାଁକୁ ଚାଲି ଯାଇଥିଲେ। ସେ ଏବେ ଚାଷକୁ ପେଶା ଭାବେ ଗ୍ରହଣ କରି ନେଇଛନ୍ତି।

Share