ଦିନେ ଥିଲେ ବଲିଉଡ୍‌ ଷ୍ଟାର୍‌: ଏବେ ଜୀବନ ବିତୁଛି ପାଗଳଖାନାରେ !

ମୁମ୍ବାଇ,୭।୧୧: ଦିନେ ବଲିଉଡ୍‌ରେ ଆଗଧାଡ଼ିର ଷ୍ଟାର୍‌ ଥିବା ରାଜ କିରନ୍‌ଙ୍କ ଜୀବନ ଏବେ ପାଗଳଖାନାରେ ବିତୁଛି। ରାଜ କିରନ୍‌ଙ୍କ ପୂରା ନାମ ରାଜ କିରନ୍‌ ମହାତାନି। ବଲିଉଡ୍‌ରେ ୩୬ରୁ ଅଧିକ ଫିଲ୍ମରେ ଅଭିୟନ କରି ବିଶେଷ ଖ୍ୟାତି ହାସଲ କରିଥିଲେ। ସେ ରୁପା ମହାତାନୀଙ୍କୁ ବିବାହ କରିଥିଲେ। ଏହା ପରେ ତାଙ୍କ ଝିଅ ରିଶିକା ମହତାନି ଜନ୍ମ ହୋଇଥିଲେ। ତେବେ ସ୍ତ୍ରୀ ତାଙ୍କୁ ପ୍ରତାରିତ କରିଥିଲେ। ଦୁଃଖରେ ରାଜ୍‌ କିରନ୍‌ ଆମେରିକା ପଳାଇଥିଲେ। ଏବେ ସେ ଆଟଲାଣ୍ଟାର ଏକ ପାଗଳ ଖାନାରେ ଥିବା ତାଙ୍କ ଭାଇ ଗୋବିନ୍ଦ ମହାତାନି ଏକ ସାକ୍ଷାତ୍‌କାରରେ ସୂଚନା ଦେଇଥିଲେ। ସେ ହିନ୍ଦୀ ଫିଲ୍ମରେ କର୍ଜରେ ଉଲ୍ଲେଖନୀୟ ଅଭିନୟ କରିଥିଲେ।

Share