Categories: ଖେଳ

ଦିନେ ପିତାଙ୍କ ସ୍କୁଟରରେ ବସି କ୍ରିକେଟ ଖେଳିବାକୁ ଯାଉଥିଲେ, ଆଜି ଘର ଆଗରେ କୋଟି କୋଟି ଟଙ୍କାର କାର୍‌

ଆଜି କ୍ରିକେଟ ଜଗତର ସବୁଠୁ ଲୋକପ୍ରିୟ ନାଁ ହେଉଛି ବିରାଟ କୋହଲି। ବ୍ୟାଟିଂ ପାଇଁ ପଡିଆରେ ପାଦ ଦେବା ମାତ୍ରେ ବୋଲର୍‌ ଭୟଭୀତ ହୋଇଯାନ୍ତି। ପ୍ରତି ମ୍ୟାଚ୍‌ରେ ସେ କିଛି ରେକର୍ଡ ଭାଙ୍ଗିବା ସହ ଆଉ କିଛି ରେକର୍ଡ କରିଥାନ୍ତି। ତାଙ୍କ ବ୍ୟାଟିଂକୁ ଦେଖିଲେ ଜଣାପଡୁଛି ସେ ଖୁବ୍‌ଶୀଘ୍ର ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଶତକ ରେକର୍ଡ ମଧ୍ୟ ଭାଙ୍ଗିଦେବେ। ଏବେ କୋହଲି ଭାରତର ସବୁଠୁ ଧନୀ କ୍ରିକେଟର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଦିନେ ପିତାଙ୍କ ସ୍କୁଟରରେ ବସି କ୍ରିକେଟ ଏକାଡେମୀ ଯାଉଥିବା ବିରାଟଙ୍କ ପାଖରେ ଆଜି କୋଟି କୋଟି ଟଙ୍କାର କାର୍‌ ଅଛି। କୋହଲିଙ୍କ ପାଖରେ ଥିବା ନାମୀଦାମୀ ଗାଡି ବିଷୟରେ ଜାଣନ୍ତୁ…
କୋହଲି ପାଖରେ ଅଡିର ଲିମିଟେଡ କଲେକ୍ସନ ଆର୍‌୮ ଏଲଏମଏକ୍ସ ଗାଡି ରହିଛି। ଯାହାର ମୂଲ୍ୟ ପାଖାପାଖି ୨.୯୭ କୋଟି ଟଙ୍କା। ସେହିପରି ଅଡିର ଆର୍‌୮ ଭି୧୦ ଏବଂ ଏ୮ଏଲ ଗାଡି ମଧ୍ୟ କୋହଲିଙ୍କ ପାଖରେ ଅଛି ଯାହାର ମୂଲ୍ୟ ଯାଥାକ୍ରମେ ୨ କୋଟି ଏବ୯ ୧.୮୭ କୋଟି ଟଙ୍କା। ଏହାଛଡା ରେନୋ ଡଷ୍ଟର, ଟୋୟଟା ଫର୍ଚୁନର ଗାଡି କୋହଲି ପାଖରେ ରହିଛି।

Share