ଦିନ କେଇଟାରେ ଉଭେଇଗଲା ସ୍ମାର୍ଟସିଟିର ସୌନ୍ଦର୍ଯ୍ୟ: ମାଟି କାମୁଡ଼ିଛି କଳାକୃତି

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ସ୍ମାର୍ଟସିଟି ମାନ୍ୟତା ପାଇବା ପାଇଁ ସମସ୍ତେ ଅଣ୍ଟା ଭିଡି ଦେଇଥିଲେ। ନୂଆ ଉତ୍ସାହ ଓ ସମ୍ଭାବନାକୁ ନେଇ ଭୁବନେଶ୍ୱରର ରୂପ ବଦଳାଇଦେଇଥିଲେ। ବିଶେଷକରି ସୌନ୍ଦର୍ଯ୍ୟକରଣ ଉପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସର୍ବାଧିକ ଗୁରୁତ୍ୱ ଦେଇଥିଲା। ଏବାବଦକୁ ବିପୁଳ ଟଙ୍କା ଖର୍ଚ୍ଚ କରାଗଲା। ହେଲେ କିଛିବର୍ଷର ତତ୍ପରତା ପରେ ଏବେ ଅଧିକାରୀମାନେ ଶୋଇଗଲେ। ଆବଶ୍ୟକ ଯତ୍ନ ଓ ସୁରକ୍ଷା ଅଭାବରୁ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଧୀରେ ଧୀରେ ମାଟିରେ ମିଶିବାରେ ଲାଗିଛି। କେଉଁଠି ମତ୍ସ୍ୟକନ୍ୟା କଳାକୃତି ଘାସବୁଦାରେ ମିଶିଯାଇଛି ତ ଆଉ କେଉଁଠି ଭଗ୍ନ କାରୁକାର୍ଯ୍ୟ ମାସ ମାସ ଧରି ପଡି ରହିଛି। ବିଭାଗଗୁଡିକ ମଧ୍ୟରେ ତାଳମେଳ ଓ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସହରର ସୌନ୍ଦର୍ଯ୍ୟକରଣ ଉଭେଇ ଯାଇଛି।
ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଘରୋଇ ସଂସ୍ଥା ସହଯୋଗରେ ପିପିପି ମୋଡ୍‌ରେ କରାଯାଇଥିଲା। ସହରର ତିନିଟି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ସୌନ୍ଦର୍ଯ୍ୟକରଣ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲ ଛକରୁ ଏଜି ଛକ, ସଚିବାଳୟ ସାମ୍ନା ଏବଂ ଆଚାର୍ଯ୍ୟ ବିହାର ଛକରୁ ସୈନିକ ସ୍କୁଲ ଛକ। ସୌନ୍ଦର୍ଯ୍ୟକରଣ ହେବା ପରେ ରାସ୍ତାରେ ଯାଉଥିବା ଲୋକ ଠିଆ ହୋଇ ଏହାର ଶୋଭାକୁ ଉପଭୋଗ କରୁଥିଲେ। ଏଥିପାଇଁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୪ରେ ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ଯାଏ ରାସ୍ତା ପାର୍ଶ୍ୱ ଓ ଦୁଇ ରାସ୍ତା ମଝିରେ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ମତ୍ସ୍ୟକନ୍ୟା, ବିଭିନ୍ନ ରାଶିକୁ ଇଟାପଥର ଓ ବିଭିନ୍ନ ସାମଗ୍ରୀ ବ୍ୟବହାର କରାଯାଇ ଜୀବନ୍ତ ରୂପ ଦିଆଯାଇଥିଲା। ଏବେ ସେସବୁର ସ୍ଥିତି ନ ଥିବାଭଳି ଜଣାପଡୁଛି। ପଥଚାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ମତ୍ସକନ୍ୟା ଏବେ ଘାସ ଓ ଗୁଳ୍ମରେ ଭରି ଯାଇଛି। କିଛି ଅଂଶ ଫାଟି ଯାଇ ସେଥିରେ ଗଛ ଉଠିଛି। ସେହିପରି ରାଶି ସ୍ଥାପତ୍ୟର ସମଦଶା ଦେଖିବାକୁ ମିଳିଛି। ଫନୀ ବାତ୍ୟାରେ ଭାଙ୍ଗିଯାଇଥିବା କଳାକୃତିର ମରାମତି କିମ୍ବା ପୁନରୁଦ୍ଧାର କରାଯାଉନାହିଁ। ଆଉ କିଛି କଳାକୃତି କ୍ଷତିଗ୍ରସ୍ତ ହୋଇ ନ ଥିଲେ ମଧ୍ୟ ମାଟି ଓ ଗଛ ଯୋଗୁ ସୌନ୍ଦର୍ଯ୍ୟ ହରାଇଛି। ଚତୁଃପାର୍ଶ୍ୱ ସଫେଇ ନ ହେବାରୁ ସେଗୁଡ଼ିକ ଏବେ ଦୟନୀୟ ସ୍ଥିତିରେ ପଡ଼ିରହିଛି। ରାସ୍ତାକଡ଼ରେ ଶୋଭା ବର୍ଦ୍ଧନ କରୁଥିବା କଳସ ଓ ଝରଣା ସଦୃଶ କଳାକୃତି ମଧ୍ୟ ନଷ୍ଟ ହୋଇଯାଇଛି। ବିଦ୍ୟୁତ୍‌ ଟାଓ୍ବାର ଚାରିପଟେ ହୋଇଥିବା ସୌନ୍ଦର୍ଯ୍ୟକରଣ ମଧ୍ୟ ବିକୃତ ରୂପ ନେଇଛି।

ପରସ୍ପର ଉପରେ ଦୋଷ ଲଦାଲଦି
ପୁନରୁଦ୍ଧାର କାହିଁକି ହେଉନାହିଁ ବୋଲି ପଚାରିବାରୁ ବିଏମ୍‌ସି ଓ ବିଡିଏର ଅଧିକାରୀମାନେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। ସହରର ମୁଖ୍ୟ ଯନ୍ତ୍ରୀ ଦେବସୁନ୍ଦର ମହାପାତ୍ର ଏହାର କାର୍ଯ୍ୟ ବିଡିଏ କରୁଥିଲା ଓ ଏନେଇ ଅନ୍ୟ କିଛି ଜାଣି ନାହାନ୍ତି ବୋଲି କହିଥିଲେ। ହେଲେ ବିଡିଏ କର୍ତ୍ତୃପକ୍ଷ ଏନେଇ ରୋକ୍‌ଠୋକ୍‌ ମନା କରିଛନ୍ତି। ରକ୍ଷଣାବେକ୍ଷଣ ସହ ପୁନରୁଦ୍ଧାର ଦାୟିତ୍ୱ ବିଏମ୍‌ସିକୁ ଦେଇଥିଲା ବୋଲି ବିଡିଏ ପ୍ରଶାସନିକ ଅଧିକାରୀ କହିଛନ୍ତି।
ଏନେଇ ବିଏମ୍‌ସି ଅତିରିକ୍ତ ଆୟୁକ୍ତ ଶ୍ରୀମନ୍ତ ମିଶ୍ରଙ୍କୁ ପଚାରିବାରୁ ସେ ଏନେଇ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି। ଏପରିସ୍ଥଳେ ଏହି ସୌନ୍ଦର୍ଯ୍ୟକରଣ ଫେରିବା ନେଇ ଅନିଶ୍ଚିତତା ପ୍ରକାଶ ପାଇଛି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡ଼ ଚାଲାଣ ହୋଇଛନ୍ତି ବଲାଙ୍ଗୀରର ନବଜାତ ଶିଶୁ

ବଲାଙ୍ଗୀର, ୧୬।୪- ବଲାଙ୍ଗୀର ଜିଲା ମୁରିବାହାଲ ଥାନା କର୍ଲା ଗାଁରୁ ଏକ ନବଜାତ ଶିଶୁକନ୍ୟାକୁ ଚାଲାଣ କରାଯାଉଥିବା ଜଣାପଡ଼ିବା ପରେ ପୁଣିଥରେ ହଇଚଇ ସୃଷ୍ଟି ହୋଇଛି।...

ନିଜ ଛଳନା ଜାଲରେ ଫସିଗଲା ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ,୧୬।୪: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି, ପାକିସ୍ତାନ ନିଜ ଛଳନା ଜାଲରେ ଫସି ଯାଇଛି। ପାକିସ୍ତାନ ତାଲିବାନ...

ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ...

ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା/କାଏମା,୧୬।୪(ବଟକୃଷ୍ଣ ପରିଡ଼ା/ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ପୋଲିସ ମଙ୍ଗଳବାର ୪ ଜଣଙ୍କୁ ଗିରଫ କରିଛି।...

ନାମାଙ୍କନ ଭରିବେ ନବୀନ: ପୁଣି ହେବେ ସଭାପତି

ଭୁବନେଶ୍ୱର,୧୬।୪: କାଲି ନାମାଙ୍କନ ଭରିବେ ନବୀନ। ବିଜେଡି ସଭାପତି ପଦ ପାଇଁ ପୁଣି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯ ତାରିଖରେ...

ରଜନୀତିରେ ହଇଚଇ୍‌: କହିଦେଲେ ଅଖିଳେଶ, ଏବେ ଶ୍ରୀକାନ୍ତଙ୍କ ଗତି କୁଆଡ଼େ ନେଇ ବଢ଼ୁଛି ସସ୍ପେନ୍ସ

ଭୁବନେଶ୍ୱର,୧୬।୪: ଅଖିଳେଶ ଯାଦବଙ୍କ ଭୁବନେଶ୍ବର ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଏହି ସମୟରେ ସେ କହିଥିବା କିଛି କଥା ବରିଷ୍ଠ କଂଗ୍ରେସ...

ଗର୍ଲଫ୍ରେଣ୍ଡଙ୍କ ସହ ବାଗେଶ୍ୱର ବାବାଙ୍କ ଶରଣ ପଶିଲେ ଶିଖର ଧାଓ୍ବନ

ମୁମ୍ବାଇ,୧୬।୪: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ବର୍ତ୍ତମାନ ତାଙ୍କ ନୂତନ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଧାୱନ ସୋଫି ସାଇନଙ୍କୁ ଡେଟ କରୁଛନ୍ତି। ଉଭୟଙ୍କୁ...

ଭୁବନେଶ୍ବରରେ ଅଖିଳେଶ ଯାଦବ: ବଢ଼ୁଛି ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର,୧୬।୪: ଭୁବନେଶ୍ବରରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପହଞ୍ଚିଛନ୍ତି। ତାଙ୍କ ସହ ସ୍ତ୍ରୀ ଏମ୍‌ପି ଡିମ୍ପଲ ଯାଦବ ମଧ୍ୟ ଅଛନ୍ତି। ପୁରୀ ଯାଇ ମହାପ୍ରଭୁଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image