
ଖଲ୍ଲିକୋଟ,୫।୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ହରିପୁର ଗାଁରେ ଜେଲ ଫେରନ୍ତା ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସଙ୍କୁ ବୁଧବାର ଗାଁ ନିକଟରେ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ୪ ଜଣ ଦୁର୍ବୃତ୍ତ ଆସି ଖଣ୍ଡାରେ ହାଣି ହତ୍ୟା କରିବା ସହ ଗଲାବେଳେ ବୋମା ଫୁଟାଇ ଭୟଭୀତ କରାଇ ଖସି ପଳାଇଥିଲେ। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବାର ଜଣାପଡିଛି। ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି।