Categories: ଜାତୀୟ

ଦିନ ଦ୍ୱିପ୍ରହରରେ ଭାଜପା ନେତାଙ୍କୁ ହତ୍ୟା

ହାପୁଡ,୯।୯: ଉତ୍ତର ପ୍ରଦେଶର କାନୁନ ବ୍ୟବସ୍ଥାକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନବାଚୀ। କାରଣ ଏଠାରେ ଦିନ ଦ୍ୱିପ୍ରହରରେ ଜଣେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାକେଶ ଶର୍ମା ନାମକ ଏହି ଭାଜପା ନେତାଙ୍କୁ ଦୁର୍ବୁତ୍ତମାନେ ହାପୁଡଠାରେ ଥିବା ଏକ ପୋଲିସ ଷ୍ଟେଶନ ନିକଟରୁ ମାତ୍ର କିଛି ମିଟର ଦୂରରେ ହତ୍ୟା କରିଥିବା ସୂଚନା ମିଳଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳୁ ରାକେଶ ନିକଟରେ ଥିବା ଏକ ସ୍କୁଲକୁ ପାଠପଢାଇବାକୁ ଯାଉଥିବା ସମୟରେ କେହି ଦୁର୍ବୁତ୍ତ ତାଙ୍କୁ ହଠାତ୍‌ ଗୁଳି କରିଥିଲେ। ଏହାପରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ରାକେଶଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏବେ ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share