ଦିନ ବେଳେ ଜଳୁଛି ଜଙ୍ଗଲ

ଚମ୍ପୁଆ,୨୨।୨(ଡି.ଏନ.ଏ)-ରୌଦ୍ରତାପ ବଢିବା ପରେ ମାର୍ଚ୍ଚ ଓ ଏପ୍ରିଲ ମାସରେ ଆଗରୁ ସ୍ଥାନୀୟ ଜଙ୍ଗଲଗୁଡିକରେ ନିଅଁ। ଲାଗୁଥିବା ଦେଖିବାକୁ ମିଳୁଥିଲା। କିନ୍ତୁ ଚଳିତ ବର୍ଷ ଫେବୃୟାରୀରେ ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନର ଗୁଳୁଦିପଶି ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିଥିଲା। ଶୁଖିଲା ପତ୍ର ଓ ପବନ ଦ୍ୱାରା ଏହି ନିଆଁ ଚାରିଆଡ଼କୁ ବ୍ୟାପୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ନିଅଁ।କୁ ଆୟତ୍ତ କରିବାରେ ସଫଳ ହୋଇଥିଲା। ମାତ୍ର ନିଅଁ। କିପରି ଓ କିଏ ଲଗାଇଲା ତାହାର କୌଣସି ଉତ୍ତର ବନ ବିଭାଗ ଅଧିକାରୀଙ୍କ ପାଖରୁ ମିଳୁନି। ଜଙ୍ଗଲରେ ଝଡ଼ି ପଡୁଥିବା ଶୁଖିଲା ପତ୍ର ନିଅଁ।କୁ ଖୋରାକ ଯୋଗାଉଥିବାବେଳେ ଏଥିରେ ବିଭିନ୍ନ ଉପକାରୀ ତୃଣ ଓ ଗୁଳ୍ମ ଜାତୀୟ ଗଛ ସହିତ ଜଙ୍ଗଲ ମାଟିରେ ଆପେ ଉଠୁଥିବା ଗଜା ଗଛଗୁଡ଼ିକ ମଧ୍ୟ ପୋଡ଼ିଯାଇ ନଷ୍ଟ ହେଉଥିବା ଦେଖାଯାଉଛି। ବନ ବିଭାଗ କେବଳ ସଚେତନତା ବୋର୍ଡ ମାଧ୍ୟମରେ ନିଅଁ। ନ ଲଗାଇବାକୁ ସ୍ଥାନୀୟ ଲୋକଙ୍କୁ ସଚେତନ କରୁଥିବାବେଳେ ଏହା ଲୋକଙ୍କ ଉପରେ ପ୍ରଭାବ ପକାଇ ପାରୁନାହିଁ ବୋଲି ଆଲୋଚନା ହେଉଛି। ଏ ସମ୍ପର୍କରେ ଉଖୁଣ୍ଡା ଫରେଷ୍ଟର ଭାଗିରଥୀ ମିଶ୍ରଙ୍କୁ ପଚାରିବାରୁ କହିଛନ୍ତି ଯେ, ଦୁର୍ବୃତ୍ତମାନଙ୍କ ଦ୍ୱାରା ଏହି ନିଅଁା ଲଗା କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ଏଥିସହିତ ଭିଏସ୍‌ଏସ୍‌ମାନଙ୍କୁ ସଚେତନ କରାଯିବ। ଜଙ୍ଗଲ ସମସ୍ତଙ୍କ ପାଇଁ ଆବଶ୍ୟକ। ଏଣୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ଉଚିତ୍‌। ଜଙ୍ଗଲରେ ନିଅଁା ଲାଗିଲେ କର୍ମଚାରୀମାନେ ତୁରନ୍ତ ସେଠାରେ ପହଞ୍ଚି ଆୟତ୍ତ କରୁଛନ୍ତି। ନିଅଁା ବିଭାଗୀୟ କର୍ମଚାରୀଙ୍କ ଆୟତ୍ତ ବାହାରକୁ ଚାଲିଗଲେ ଅଗ୍ନିଶମ ବିଭାଗର ସହାୟତା ନେଇ ସମାଧାନ କରାଯିବ ବୋଲି ସେ କହିଛନ୍ତି।