Categories: ଜାତୀୟ

ଦିପାବଳୀ ପୂର୍ବରୁ ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ୩ ସନ୍ଦିଗ୍ଧ ଗିରଫ

ଅମୃତସର,୪।୧୦: ଆସନ୍ତା ଦିବାବଳୀରେ ପଞ୍ଜାବରେ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା କହିଛି ଗୁଇନ୍ଦା ବିଭାଗ। ମିଳିଥିବା ସୂଚନା ମୁତାବକ ପାକିସ୍ତାନରୁ ବାରୁଦ ଓ ବିସ୍ଫୋରଣ ପଞ୍ଜାବ ପହଞ୍ଚିଯାଇଥିବା କୁହାଯାଉଛି। ସେଥିପାଇଁ ଏବେଠାରୁ ସେଠାରେ ସତର୍କ ସୂଚନା ଜାରି କରାଯାଇଛି। ଏହି ସୂଚନା ଅନୁଯାୟୀ, ଜର୍ମାନୀରୁ ଏହି ଆକ୍ରମଣ ପାଇଁ ଫଣ୍ଡିଂ ମଧ୍ୟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଗିରଫ ହୋଇଥିବା ଖଲିସ୍ତାନ ଜିନ୍ଦାବାଦ ଫୋର୍ସକୁ ପଚରା ଉଚରା ପରେ ଆହୁରି ଅଧିକ ତଥ୍ୟ ହସ୍ତଗତ ହେବ ବୋଲି ଅନୁମାନ କରାଯାଉଛି।

Share