ଦିପ୍ତୀ ନାଭାଲଙ୍କୁ ପୂରିଲା ୬୮: ଆକ୍ଟିଂ କରିବାର ନିଶା ଟାଣି ଆଣିଥିଲା ବଲିଉଡ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିପ୍ତୀ ନାଭାଲ ସୋମବାର  ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୨ ଫେବୃୟାରୀ ୩ରେ ପଞ୍ଜାବର ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ଅଭିନୟ ପ୍ରତି ତାଙ୍କର ଭାରି ନିଶା ଥିଲା। ଏହାଯୋଗୁ ସେ ବଲିଉଡ୍‌କୁ ଆସିଥିଲେ। ୧୯୮୫ରେ ପ୍ରକାଶ ଝାଙ୍କୁ ବିବାହ କରିଥିଲେ। ରିଲ୍‌ ଲାଇଫ୍‌ରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଦିପ୍ତୀ ପ୍ରକାଶଙ୍କୁ ରିୟଲ ଲାଇଫ୍‌ରେ ବାନ୍ଧି ରଖିପାରି ନ ଥିଲେ। ୨୦୦୨ରେ ଉଭୟଙ୍କର ଛାଡପତ୍ର ହୋଇଥିଲା। ସାଥ୍‌ ସାଥ୍‌, ଚଶମେ ବଦୂର, ମିର୍ଚ୍ଚ ମସାଲା, ଅଙ୍ଗୁର, ରଙ୍ଗ ବିରଙ୍ଗୀ ଆଦି ଫିଲ୍ମରେ ସେ ଅଭିନୟ କରି ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲେ।

Share