ଦିବ୍ୟାଙ୍ଗକୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ବରପାଲି, ୧୯।୭ (ଡି.ଏନ୍‌.ଏ): ବରପାଲିର ଗୁଟେ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପିଂ ହାର୍ଟର ଅନୁରୋଧ୍‌ରେ ଜିଲା ପରଶାସନ ଦୁଇ ଦିବ୍ୟାଙ୍ଗକୁଁ ସାହାଯ୍‌ର ହାତ୍‌ ବଢ଼େଇଛେ। ବ୍ଲକ ଅଧୀନ ରେମତା ଗଁାର ମଧୁସୂଦନ ଧରୁଆ ଆଏଜ୍‌କେ ୩ ବଛର ଆଗରୁ କୁଲି ମଜୁରି କରୁଥିଲାବେଲେ ହଠାତ୍‌ ତାକର ଅଁଟାରୁ ତଲକେ ଅକାମି ହେଇଯାଇଥିଲା। ସେ ଭିନେ ଭିନେ ଡାକ୍‌ତରଖାନାରେ ଚିକିସତ୍ା କରେଇ ନିରାଶ ହେଇଥିଲେ। ଯେନ୍‌ଥିରଲାଗି ପରିବାର ଚଲବାରେ ବଡ଼ଭାରି ଅସବିଧା ଦେଖାଦେଇଥିଲା। ମଧୁ ତାକର ଦୁଖ୍‌ ଦୁରଦଶା ବାବ୍‌ଦେ ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନକେ ଜନେଇଥିଲେ। ଇତାର ପରେ ଅନୁଷ୍ଠାନର ମେମର ସତ୍ୟାନନ୍ଦ ପାଣ୍ଡେ, ବିଜୟାନନ୍ଦ ଦାଶ, ବେଣୁଧର ବରିହା, ଦେବେନ୍ଦ୍ର ବାରିକ, ମନୋଜ ବେରିହା ପରମୁଖ ଜିଲାପାଲ ଆର ବିଡିଓକୁଁ ଭେଟି ଘଟନା ବାବ୍‌ଦେ ଜନେଇଥିଲେ। ପଛେ ଜିଲା ପରଶାସନ ମଧୁକୁଁ ଗୁଟେ ଟ୍ରାଇସାଇକେଲ ଆର ୧୫ ହଜାର ଟଁକା ଚେକ୍‌ରେ ଦେଇଥିଲା। ସେନ୍‌ତା ବରପାଲି ଏନ୍‌ଏସି ୧୧ ନମ୍ବର ଓ୍ବାର୍ଡର ନିରଞ୍ଜନ ବେନୁଆକୁଁ ବି ପରଶାସନ ତରଫୁ ଗୁଟେ ଟ୍ରାଇସାଇକେଲ ଦିଆଯାଇଛେ।